ରାଜ୍ୟରେ ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉ ନାହିଁ । ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଜି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି । ସେ କହିଛନ୍ତି ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ ।

ଆଇଏମ୍‌ଡି ଡିଜି ଆଉ ମଧ୍ୟ କହିଛନ୍ତି ଲଘୁଚାପ ଏବେ ଉତ୍ତର ତେଲେଙ୍ଗାନା ଓ ବିଦର୍ଭରେ କେନ୍ଦ୍ରୀଭୂତ ହେବ।  ଲଘୁଚାପ ଯୋଗୁଁ ୨ ଦିନ ଧରି ବର୍ଷା ହେଉଥିଲା, ତାହା କମିବାକୁ ଲାଗିବ । ସେହିପରି ପାର୍ବଣରେ ବର୍ଷା ହେବ କି ନାହିଁ ଏବେଠୁ କହି ହେବ ନାହିଁ’ । କିନ୍ତୁ କୌଣସି ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉ ନାହିଁ ।ଓଡ଼ିଶାରୁ ବର୍ତ୍ତମାନ ମୌସୁମୀ ଅପସାରଣ ହେବ ନାହିଁ। ସୃଷ୍ଟି ସମ୍ଭାବନା ଥିବା ଘୂର୍ଣ୍ଣିବଳୟ ନିକଟତର ହେଲେ ସ୍ଥିତି ବାବଦରେ ସ୍ପଷ୍ଟ ହେବ। 

Leave a Reply

Your email address will not be published. Required fields are marked *