ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ । ଧୀରେ ଧୀରେ ବଢ଼ୁଛି ମୁଣ୍ଡଳି ଜଳସ୍ତର । ହୀରାକୁଦ ବନ୍ୟା ଜଳ ପହଞ୍ଚିବା ପରେ ବଢ଼ୁଛି ମୁଣ୍ଡଳି ଜଳସ୍ତର । ସକାଳ ୮ଟା ସୁଦ୍ଧା ମୁଣ୍ଡଳି ଜଳସ୍ତର ୮୭,୭୦୦ କ୍ୟୁସେକ ଜଳ ପ୍ରବାହିତ ହୋଇଛି ।ମୁଣ୍ଡଳିରେ ବନ୍ୟା ଜଳ ପ୍ରବାହିତ ହେଲେ ବାଙ୍କୀର ଅନେକ ଅଞ୍ଚଳ ପ୍ରଭାବିତ ଆଶଙ୍କା ରହିଛି ।

ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଅତ୍ୟଧିକ ବର୍ଷା ହୋଇଥିବାରୁ ଅଧିକ ମାତ୍ରାରେ ପାଣି ହୀରାକୁଦକୁ ଆସୁଥିବାରୁ ହୀରାକୁଦ ରୁ ମୋଟ୍ ୨୦ ଗୋଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି । ଏ ପର୍ଯ୍ୟନ୍ତ ୨୦ଟି ଗେଟ୍ ମାଧ୍ୟମରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୦୮.୦୪ ଫୁଟ ରହିଛି । ହୀରାକୁଦକୁ ପ୍ରବେଶ କରୁଛି ୨ ଲକ୍ଷ ୩୩ ହଜାର ୮୨୪ କ୍ୟୁସେକ ଜଳ ଏବଂ ନିଷ୍କାସନ ହେଉଛି ୪ ଲକ୍ଷ ୩୩ ହଜାର ୪୯୧ କ୍ୟୁସେକ ଜଳ ।

Leave a Reply

Your email address will not be published. Required fields are marked *