ରାଜନୀତିରେ କିଛି ଘଟଣା ଆପେକୁ ଆପେ ଘଟେ । ଆଉ କିଛି ଘଟଣା ଘଟାଯାଏ । ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ଘର ସଜାଡ଼ି ପାରୁନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଦିନ ପରେ ରାଜଧାନୀରୁ ବାହାରକୁ ଗଲେ । ତାଙ୍କ ଚାରିପଟେ ଯେଭଳି ଲୋକ ଭିଡ ହେଲା ତାହାକୁ ନେଇ ଦଳର ନେତାମାନେ ଖୁବ ଖୁସି । କିନ୍ତୁ ଲୋକପ୍ରିୟତା ପରୀକ୍ଷା ପାଇଁ ଏବେ ଆଉ କୌଣସି ସୁଯୋଗ ନାହିଁ ବିଜୁ ଜନତା ଦଳ ହାତରେ। ମାତ୍ର ଭାରତୀୟ ଜନତା ପାର୍ଟି ଏବେଠୁ ୨୦୨୯ ପାଇଁ ପ୍ରସ୍ତୁତ ହେବାକୁ ଆରମ୍ଭ କରିଦେଲାଣି। ଓଡ଼ିଶାରେ ୨୦ ଲୋକସଭା ସଦସ୍ୟ ଏବଂ ଅନ୍ୟ ଜଣେ ପରାଜିତ ପ୍ରାର୍ଥୀଙ୍କ ବାବଦରେ ଆରମ୍ଭ ହେବାକୁ ଯାଉଛି ସର୍ଭେ। ସାଂସଦଙ୍କ ପ୍ରଦର୍ଶନ କେମିତି ? ଆଲୋଚନାରେ କେତେ ଭାଗ ନେଇଛନ୍ତି ? ନିଜ ଅଞ୍ଚଳ ବା ରାଜ୍ୟ ସମ୍ପର୍କରେ କି ପ୍ରଶ୍ନ ପଚାରିଛନ୍ତି ? ଦ୍ବିତୀୟ ଭାଗଟି ହେଲା, ନିଜ ନିର୍ବାଚନମଣ୍ଡଳୀରେ ସାଂସଦଙ୍କ ଲୋକପ୍ରିୟତା କମିଛି ନା ବଢ଼ିଛି ? ସେ କିଭଳି ଜନ ସମ୍ପର୍କ ରକ୍ଷା କରୁଛନ୍ତି ? ବଳୀୟ କାର୍ଯ୍ୟକର୍ତାଙ୍କ ସହ ତାଙ୍କର ସମ୍ପର୍କ କିପରି ? ଗତ ନିର୍ବାଚନରେ ୨୧ଟି ଲୋକସଭା ଆସନରୁ ୨୦ଟିରେ ବିଜୟୀ ହୋଇଥିଲା ବିଜେପି । ଅନ୍ୟ ଗୋଟିଏ ଆସନ ଯାଇଥିଲା କଂଗ୍ରେସ ହାତକୁ । ଯେଉଁ ୨୦ଟି ଆସନରେ ଜିଣିଥିବା ଭାଜପା ପ୍ରାର୍ଥୀମାନେ, ସେଠାରେ ସର୍ଭେ କାର୍ଯ୍ୟ ଆରମ୍ଭ ହେଲାଣି । ୨୦ ସାଂସଦଙ୍କ ଭିତରୁ ଦୁଇ ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ନିୟମ ମିତ ବ୍ୟବଧାନରେ ସେମାନଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରୁଛନ୍ତି ଓ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି। କିନ୍ତୁ ମୟୂରଭଞ୍ଜ ସାଂସଦ ନବକୁମାର ମାଝୀ ଏବଂ ଆସିକା ସାଂସ ସଦ ଅନୀତା ପ୍ରିୟଦର୍ଶିନୀ ନିୟମିତ ଜନ ସମ୍ପର୍କ ରକ୍ଷା କରୁନଥୁବା ଅଭିଯୋଗ ମଧ୍ୟ ଉଚ୍ଚ କର୍ମକର୍ତ୍ତାଙ୍କ ପାଖରେ ପହଞ୍ଚିଛି। ସାଂସଦମାନଙ୍କ ସହ ନିର୍ବାଚନମଣ୍ଡଳୀର ଦଳୀୟ ବିଧାୟକଙ୍କ ସମ୍ପର୍କ ଅନେକ କ୍ଷେତ୍ରରେ ଭଲ ନଥୁବା ମଧ୍ୟ ଅଭିଯୋଗ ହେଉଛି । ଏଦୃଷ୍ଟିରୁ ଆରମ୍ଭ ହୋଇଥିବା ସର୍ଭେ ରାଜନୈତିକ ଦୃଷ୍ଟିକୋଣରୁ ଅଧିକ ଗୁରୁତ୍ବପୂର୍ଣ୍ଣ ମନେହୁଏ। Post navigation ୨୦୨୫ ଭାଜପା ପାଇଁ ବଡ଼ ଚ୍ୟାଲେଞ୍ଜ; ମନ୍ତ୍ରୀମଣ୍ଡଳ ବିସ୍ତାର ମୋହନଙ୍କ ପାଇଁ ହେବ ଅଗ୍ନି ପରୀକ୍ଷା ମୃତ ଚାଷୀଙ୍କ ପରିବାରକୁ ସହାୟତା ଦେଲେ ନବୀନ