କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର ଆଣିଲେ ରାଜ୍ୟସରକାର । ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା । ସମଗ୍ର ଶିକ୍ଷା ଅଭିଯାନ ଅଧିନରେ କାର୍ଯ୍ୟରତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କ ଦରମା ୫ ହଜାର ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟସରକାର । ଏଣିକି କନିଷ୍ଠ ଶିକ୍ଷକ ମାସିକ ୧୧ ହଜାର ଟଙ୍କା ବଦଳରେ ପାଇବେ ୧୬ ହଜାର ଦରମା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଜିଠାରୁ ବର୍ଦ୍ଧିତ ଦରମା ଲାଗୁ ହେବା ନେଇ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ଏହି ବର୍ଦ୍ଧିତ ଦରମା ମିଳିବ । ସମଗ୍ର ଶିକ୍ଷା ସ୍କିମ୍ ଅନୁସାରେ ପୂର୍ବରୁ ମାସିକ ୧୧ ହଜାର ଟଙ୍କା ପାରିଶ୍ରମିକ ପାଉଥିବା ବେଳେ ଏବେ ଏହାକୁ ୧୬ ହଜାରକୁ ସରକାର ବୃଦ୍ଧି କରିଛନ୍ତି । ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ପାଇଛି । Post navigation ଦେଶରେ ୮୦୫ଟି ଆପ୍ସ ଓ ୩୨୬୬ଟି ୱେବସାଇଟ୍ ବ୍ୟାନ୍ କଲେ କେନ୍ଦ୍ର ସରକାର ରାଜା ସ୍ଵାଇଁଙ୍କ ଗାଡ଼ିକୁ ଇଟା ଓ ଅଣ୍ଡାମାଡ