ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଆଜି ବିଧାନସଭାରେ ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ଉତ୍ତର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ପଡ଼ୋଶୀ ଦେଶ ବାଂଲାଦେଶ ହିଂସା ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ଅସ୍ତ୍ରଶସ୍ତ୍ର ଧରି ଫେରାର ଥିବା କିଛି ଉଗ୍ରବାଦୀ ସମୁଦ୍ର ପଥ ଦେଇ ଓଡ଼ିଶାରେ ପଶିବାର ସମ୍ଭାବନା ରହିଛି । ଏଣୁ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ସେହିପରି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଭୁବନେଶ୍ବର, ପୁରୀ ଓ କେନ୍ଦ୍ରାପଡ଼ାରରେ ବାଂଲାଦେଶୀ ଚିହ୍ନଟ ପାଇଁ ନିର୍ଦ୍ଦେଶ ରହିଛି ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ଯ କହିଛନ୍ତି ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ସମୁଦାୟ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ରାଜ୍ୟରେ ବସବାସ କରୁଛନ୍ତି । ବିଭିନ୍ନ ଜିଲ୍ଲା ଯଥା ବରଗଡରେ  ୨ ଜଣ ଅନୁପ୍ରବେଶକାରୀ ଥିବାବେଳେ ଭଦ୍ରକରେ ୧୯୯ ଜଣ, କେନ୍ଦ୍ରାପଡ଼ାରେ ୧୬୪୯ ଜଣ, ଭୁବନେଶ୍ଵର ୧୭ ଜଣ, ଜଗତସିଂପୁରରେ ୧୧୧୨ ଜଣ ମାଲକାନଗିରିରେ ୬୫୫ ଜଣ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ  ବାଂଲାଦେଶୀ ଅନୁପ୍ରବେଶକାରୀ ବସବାସ କରୁଛନ୍ତି ।

 

Leave a Reply

Your email address will not be published. Required fields are marked *