ଆଜି ଗୃହରେ ବିଧାୟକ ପିତ୍ର ସାଉଁଟାଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ  କହିଛନ୍ତି ୧୦ ବର୍ଷରେ ଇଞ୍ଜିନିୟରିଂ ପଢ଼ି ପାସ୍‌ କରିଛନ୍ତି ୩୪ ହଜାର ୪୭୧ ପିଲା । କିନ୍ତୁ ସେଥି ମଧ୍ୟରୁ ମାତ୍ର ୧୫,୨୮୯ ପିଲା ଚାକିରି ପାଇଥିବା ବେଳେ ୧୯ ହଜାର ୧୮୨ ଜଣ ପିଲା ବେକାର ବସିଛନ୍ତି ।

ସେହିପରି ରାଜ୍ୟରେ ଡିପ୍ଲୋମା ପାଠର ବି ସ୍ଥିତି କିଛି ସମାନ । ୧୦ ବର୍ଷ ମଧ୍ୟରେ ଡିପ୍ଲୋମାରେ ୫୪ ହଜାର ୧୮୯ ପିଲା ପାସ୍‌ କରିଛନ୍ତି । ହେଲେ ସେଥିମଧ୍ୟରୁ ମାତ୍ର ୨୦ ହଜାର ୯୬ ଜଣ ପିଲା ଚାକିରି ପାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୫୧ ପିଲା ଏବେ ବି ଚାକିରୀ ଆଶାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *