ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମତ ରଖିବେ । ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଅଭିଭାଷଣ ରଖିବେ ମୋଦି। ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ରଖିପାରନ୍ତି ।

ଗତକାଲି ଲୋକସଭାରେ ହିନ୍ଦୁଙ୍କୁ ହିଂସ୍ର ବୋଲି କହିଥିଲେ ରାହୁଲ ଗାନ୍ଧୀ। ରାହୁଲଙ୍କ ଏପରି ବୟାନକୁ ନେଇ ଲୋକସଭାରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଆପତ୍ତି ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ସଂଖ୍ୟାଲଘୁ ଧ୍ରୁବୀକରଣ ପାଇଁ ରାହୁଲ ଗାନ୍ଧୀଙ୍କ ଷ୍ଟ୍ରାଟେଜି ହେବ କି ବୁମେରାଂ । ରାହୁଲ କ୍ଷମା ମାଗିବାକୁ ଦାବି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Leave a Reply

Your email address will not be published. Required fields are marked *