ଓଡ଼ିଶାରେ କ୍ରମାଗତ ଭାବେ ବଢିଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଏବେ ଆଉ ୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୫କୁ ବୃଦ୍ଧି ପାଇଛି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ା ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ଯେତିକି ପରୀକ୍ଷା ହେଉଛି ବହୁତ କମ୍ ପଜିଟିଭ୍ ଆସୁଛି । ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଏବେ ଲକ୍ଷଣ ଦେଖାଦେଲେ, କେବଳ ଗୁରୁତର ରୋଗୀଙ୍କ କୋଭିଡ୍ ପରୀକ୍ଷା କରାଯାଉଛି । ଗହଳି ସ୍ଥାନକୁ ଯାଆନ୍ତୁନି, ଦରକାର ପଡ଼ିଲେ ମାସ୍କ, ଗ୍ଲୋଭସ୍ ପିନ୍ଧନ୍ତୁ। ଅନ୍ୟପଟେ ବଢୁଥିବା କରୋନା ସଂକ୍ରମଣଙ୍କ ଭିତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଭୁବନେଶ୍ୱର ବୋଲି ଜଣାପଡ଼ିଛି । ବ୍ୟକ୍ତି ଜଣକ କୋଭିଡ଼ ସହିତ ବହୁ ରୋଗରେ ପୀଡ଼ିତ ଥିଲେ । ତେବେ ତାଙ୍କ ମୃତ୍ୟୁ କୋଭିଡ଼ କାରଣରୁ ହୋଇଛି ନା ଅଲଗା କାରଣରୁ ହୋଇଛି, ତାହା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିନି । ସେହିପରି ଆଜି ସୁଦ୍ଧା ସାରା ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୩,୯୬୧କୁ ଛୁଇଁଛି । ଦିଲ୍ଲୀ, କେରଳ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୨୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । Post navigation ରାଜ୍ୟରେ ଚଳିତ ମାସ ସୁଦ୍ଧା ଆସିବ ନୂତନ ଅବକାରୀ ନୀତି ଆଜି ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର