ଆଜିଠୁ ପୁରୀରେ ଆରମ୍ଭ ହେଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ । ୯ମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀ ଉଦ୍ଘାଟନ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଓ ଆସନ୍ତାକାଲି ଦୁଇଦିନ ପର୍ଯ୍ୟନ୍ତ ପୁରୀରେ ହେବାକୁ ଥିବା ଏହି ସମ୍ମିଳନୀରେ ଜନସ୍ବାସ୍ଥ୍ୟ ସେବାରେ ଅନୁକରଣୀୟ ବ୍ୟବସ୍ଥା ଓ ନୂଆ ଉଦ୍ଭାବନ ସମ୍ପର୍କରେ ଆଲୋଚନା ହେବ । ଏହି ସମ୍ମିଳନୀରେ ମୋହନ ଚରଣ ମାଝୀ ସମେତ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ପୁରୀ ସାଂସଦ ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ସୁସ୍ଥ ଭାରତ ବନେଇବାରେ ଯେଉଁ ଅଭିଯାନ ଚାଲିଛି। ଓଡ଼ିଶା ଏଥିରେ ଏକ ଗୁରୁତ୍ୱ ଭୂମିକା ଗ୍ରହଣ କରିବ । ଆମର ଲକ୍ଷ୍ୟ ଅଛି ‘ସୁସ୍ଥ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା’ । ଏଥିରେ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଲଭ ସେବା ଯୋଗାଇ ଦିଆଯିବ । ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଓଡ଼ିଶାରେ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଛି । ମାତ୍ର ଏହା ଆମ ସନ୍ତୋଷଜନକ ନୁହେଁ । ଦେଶରେ ଯେଉଁ ରାଜ୍ୟମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି ତାଙ୍କ ସ୍ତରକୁ ଓଡ଼ିଶାକୁ ଆଣିବାକୁ ଚେଷ୍ଟା କରିବୁ । ଆମ ନୂଆ ସରକାର ଲୋକଙ୍କ ଆଶା ଏବଂ ଆକାଂକ୍ଷାକୁ ନେଇ କାମ କରିବା ଆରମ୍ଭ କରିଦେଇଛି । ସ୍ୱାସ୍ଥ୍ୟ ସେବାରେ ସୁଧାର ପାଇଁ ଆମ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି । ଏହା ଏକ ଐତିହାସିକ ପଦକ୍ଷେପ ଅଟେ । ପୂର୍ବରୁ ଓଡ଼ିଶାର ଲୋକମାନେ ସାରା ଦେଶର ମାତ୍ର ୯୦୦ଟି ଘରୋଇ ମେଡ଼ିକାଲରେ ସ୍ୱାସ୍ଥ୍ୟ ସୁବିଧା ପାଉଥିବାବେଳେ ବର୍ତ୍ତମାନ ୨୯ ହଜାର ମେଡ଼ିକାଲରେ ଚିକିତ୍ସା ସୁବିଧା ପାଇ ପାରିବେ । ଏହା ବିଶେଷ କରି ପ୍ରବାସୀ ଶ୍ରମିକଙ୍କ ପାଇଁ ଲାଭ ଦାୟକ ହେବ । ଯେତେବେଳେ ରାଜ୍ୟର ସ୍ୱାସ୍ଥ୍ୟ ସେବା ଦେଶର ସ୍ୱାସ୍ଥ୍ୟ ସେବାରେ ସମିଶ୍ରଣ ହେବ ତେବେ ଆମ ଦେଶର ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ହେବ । Post navigation ସତ୍ୟନଗର ଶ୍ମଶାନରେ ହେବ ଉତ୍ତମ ମହାନ୍ତିଙ୍କ ଶେଷ କୃତ୍ୟ ଓଡ଼ିଶାରେ ମାର୍ଚ୍ଚରେ ରେକର୍ଡ଼ ଭାଙ୍ଗିବ ତାତି