ଡେଲାଙ୍ଗ ରତନପୁର ନାବାଳକ ବର୍ବର ହତ୍ୟାକାଣ୍ଡକି ନେଇ ଆଜି ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁରୀ ଏସପି । ସେ କହିଛନ୍ତି ପିଲାକୁ ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଛି । ପ୍ରଭାକର ସାହୁ ଏକମାତ୍ର ଅଭିଯୁକ୍ତ ବୋଲି ଜଣାପଡ଼ିଛି । ପ୍ରଥମେ ଏକ ପରିତ୍ୟକ୍ତ ଘରେ ଏକାଠି ବସାଇ ଥଣ୍ଡା ପିଆଇଥିଲେ । ଟେନିସ୍‌ ବଲ୍‌ କିଣିବା ପାଇଁ ୧୦୦ ଟଙ୍କା ଦେଇଥିଲା । ଏହାପରେ  ଶ୍ବାସରୁଦ୍ଧ କରି ସେଫ୍ଟିକ ଟାଙ୍କିରେ ପକାଇ ଦେଇଥିଲା । କିନ୍ତୁ ଟାଙ୍କିରେ ପଡ଼ିବା ପରେ ମୃତ୍ୟୁ ନା ପୂର୍ବରୁ ମୃତ୍ୟୁ ସ୍ପଷ୍ଟ ହୋଇନାହିଁ ।

ସୂଚନା ଯୋଗ୍ୟ; ଡେଲାଙ୍ଗ ରତନପୁର ଗାଁର ମାନସ ସାହୁଙ୍କ ୧୧ ବର୍ଷ ବୟସ୍କ ପୁଅ ଆଶୀର୍ବାଦ ଖେଳୁଥିବା ସମୟରେ ଗାଁ ଦାଣ୍ଡରୁ ନିଖୋଜ ହୋଇଥିଲେ । ଏହାପରେ ପିଲାକୁ ନ ପାଇବାରୁ ଥାନାରେ ଅଭିଯୋଗ ପରେ ପୋଲିସ୍ ସନ୍ଧାନ ଚଳାଇଥିଲା । ଏହାପରେ ଦିର୍ଘ  ୭ ଦିନ ଧରି ନିଖୋଜ ଥିବା ନାବାଳକ ଆଶୀର୍ବାଦ ସାହୁକୁ ଗତକାଲି ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *