କଣ୍ଟାବାଞ୍ଜି ହସ୍ପିଟାଲରେ ପାଣି ସମସ୍ୟା ବହୁ ବର୍ଷ ଧରି ଲାଗି ରହିଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାସ୍ଥ୍ୟକେନ୍ଦ୍ରର ଅବସ୍ଥା କଣ ତାହା ରବିବାର ସ୍ପଷ୍ଟ ହୋଇଯାଇଛି । କଣ୍ଟାବାଞ୍ଜି ହସ୍ପିଟାଲରେ ପାଣି ସମସ୍ୟା ନେଇ ଗଣମାଧ୍ଯମରେ ବାରମ୍ବାର ଖବର ପ୍ରକାଶ ପାଉଥିବା ଓଭର ହେଡ଼ ପାଣି ଟାଙ୍କିଟିଏ ନିର୍ମାଣ କରାଯାଇଛି । କିନ୍ତୁ ଟାଙ୍କିରେ ପାଣି ନାହିଁ । ସେହି ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ ସାସ୍ଥ୍ୟକେନ୍ଦ୍ରର ମେଡ଼ିସିନ ସ୍କୋର ରୁମ୍ ଠାରେ ଥିବା ମିଟିଙ୍ଗ ହଲରେ ମନ୍ତ୍ରୀ ମହାଲିଙ୍ଗ ସ୍ଥାନୀ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ, ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସକ ଏକ ଡ଼ାକ୍ତର କୁବେର ମହନ୍ତ, ତହସିଲଦାର ଅଞ୍ଜାଲି ମାଝି, ମେକ୍ନିକାଲ ଇନଚାର୍ଜ ଡ଼ାକ୍ତର ରାକେଶ ପଣ୍ଡିତ, ଓ ନର୍ସ ଅଫିସର ତଥା ଆଶା ଦିଦି ମାନଙ୍କୁ ନେଇ ଏକ ବୈଠକ କରିଥିଲେ । ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। କିନ୍ତୁ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରର ଲାଇସେନ୍ସ ନବୀକରଣ ସମ୍ପର୍କରେ କୌଣସି ଆଲୋଚନା ହୋଇନ‌ଥିବା ବେଳେ ହସ୍ପିଟାଲରେ ଲକ୍ଷ ଲକ୍ଷ ଟଙ୍କାର ମେସିନ ସାମଗ୍ରୀ ପଡ଼ି ରହିଛି ଯାହା ଚଳପ୍ରଚଳ ବିଷୟରେ ମଧ୍ଯ କୌଣସି ଆଲୋଚନା ହୋଇନଥିବା ଜଣାପଡ଼ିଛି ।

ଏହି ମିଟିଙ୍ଗ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସାସ୍ଥ୍ୟକେନ୍ଦ୍ରର ମେଡ଼ିସିନ ସ୍କୋର ରୁମ୍ ଠାରେ ଥିବା ମିଟିଙ୍ଗ ହଲର ଶୌଚାଳୟରେ ପରିସ୍ରା କଲାପରେ ହାତ ହୋଇବାକୁ ପାଣି ଖୋଜିଥିଲେ । ଯେତେବେଳେ ଜଣେ ମନ୍ତ୍ରୀଙ୍କୁ ସାସ୍ଥ୍ୟକେନ୍ଦ୍ରରେ ପାଣି ଖୋଜିବାକୁ ପଡ଼ୁଛି ସେତେବେଳେ ଜଣେ ସାଧାରଣ ନାଗରିକ କି ଅବସ୍ଥା ଭୋଗୁଥିବା ତାହା ଜଣାପଡ଼ିଯାଉଛି । ଯଦି ଖୋଦ୍ ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ତେବେ ରୋଗୀମାନଙ୍କ ବିଷୟର ନକହିବା ଭଲ ।

Leave a Reply

Your email address will not be published. Required fields are marked *