ଆଜି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ତୃତୀୟ ପୁଣ୍ୟ ତିଥି ଅବସରରେ ନିର୍ଭୟ ପରିବାର ତରଫରୁ ବିଶେଷ ଘୋଷଣା କରାଯାଇଛି । ନିର୍ଭୟ ପରିବାର ତରଫରୁ ପ୍ରତି ବର୍ଷ ଅକ୍ଷୟ ତୃତୀୟା ଦିନ ପ୍ରଦାନ କରାଯିବ ‘ମନିଷ ସ୍ମାରକୀ ଯୁବ ପୁରସ୍କାର’। ୩୦ ବର୍ଷ ବୟସ ମଧ୍ୟରେ ସାହିତ୍ୟ, ପରିବେଶ, ସମାଜ ସେବା, କଳା ଏବଂ ଶିକ୍ଷା କ୍ଷେତ୍ର ରେ ବିଶେଷ ପାରଦର୍ଶିତା ଅର୍ଜନ କରିଥିବା ଜଣଙ୍କୁ ଏହା ଦିଆଯିବ।

ନିର୍ଭୟର ପ୍ରଥମ ଡ଼ମି କପି ୨୦୧୩ ଅକ୍ଷୟ ତୃତୀୟା ଦିନ ଛପା ଯାଇଥିଲା। ତେଣୁ ସେହିଦିନ ବିଶେଷ ଟ୍ରଫି, ଅଭିନନ୍ଦନ ପତ୍ର, ସହ ୨୫ ହଜାର ଟଙ୍କା ପ୍ରଦାନ ହେବ। ୨୦୨୫, ଅକ୍ଷୟ ତୃତୀୟା ଦିନ ପ୍ରଥମ ପୁରସ୍କାର ଉତ୍ସବ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *