ସଂସଦରେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଆଜି ଶେଷ କାର୍ଯ୍ୟ ଦିବସ। ଏହି ଅବସରରେ ୱକଫ୍ (ସଂଶୋଧନ) ବିଧେୟକ ଉପରେ ବିଚାର କରୁଥିବା ସଂଯୁକ୍ତ ସଂସଦୀୟ ସମିତି (ଜେପିସି)ର ରିପୋର୍ଟ ଆଜି ରାଜ୍ୟସଭାରେ ଉପସ୍ଥାପନ କରାଯାଇଛି। ରାଜ୍ୟସଭାରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଅନୁମତି ପରେ ଓ୍ବାକଫ୍ ସଂଶୋଧନ ବିଧେୟକ ଉପରେ ପ୍ରସ୍ତୁତ ଯୁଗ୍ମ ସଂସଦୀୟ କମିଟି(ଜେପିସି)ର ରିପୋର୍ଟ ଉପସ୍ଥାପନ କରାଯାଇଛି। ଏହି ରିପୋର୍ଟ ଉପସ୍ଥାପନ ହେଲା ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଏହା ସହ ଜେପିସି ରିପୋର୍ଟକୁ ଅସାମ୍ବିଧାନିକ କହିବା ସହ ଫେରାଇ ନେବାକୁ କଂଗ୍ରେସର ଦାବି କରିଛନ୍ତି । ବିରୋଧୀ ଅଭିଯୋଗ କରିଛନ୍ତି କି, କମିଟିରେ ଥିବା ବିରୋଧୀଦଳ ସାଂସଦମାନଙ୍କ ପରାମର୍ଶକୁ ରିପୋର୍ଟରେ ସ୍ଥାନିତ କରାଯାଇନାହିଁ । ରାଜ୍ୟସଭାରେ କଂଗ୍ରେସ ସାଂସଦ ଇମ୍ରାନ ମାସୁଦ ଏହି ରିପୋର୍ଟକୁ ଅଳ୍ପସଂଖୃକଙ୍କ ଉପରେ ଅତ୍ୟାଚାର ବୋଲି କହିଛନ୍ତି । ଦେଶରେ ମୁସଲମାନଙ୍କ ପାଇଁ ଭିନ୍ନ ମତ ରଖାଯାଉଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଲୋକସଭାର କାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଏହା ବ୍ୟତୀତ ଆଜି ସଂସଦରେ ଆୟକର ବିଲ୍ ୨୦୨୫ ମଧ୍ୟ ଆଗତ କରାଯିବାର ଆଶଙ୍କା ରହିଛି। ଏହି ବିଲ୍ ଆୟକର ବ୍ୟବସ୍ଥାକୁ ସରଳ ଭାବରେ ଉପସ୍ଥାପନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। Post navigation ବିଧାନସଭାରେ ଚମ୍ପୁଆ ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିତ; ବିଜେପି ଆଡ଼କୁ ଯାଉଛନ୍ତି କି କହି କଲେ ତେରଛା ବାଣ ୫ ବର୍ଷ ମଧ୍ୟରେ ପୂରଣ କରାଯିବ ୧.୫ ଲକ୍ଷ ସରକାରୀ ଚାକିରି