ମୋହନ ସରକାର ବିଜୁ ଜନତା ଦଳ ସରକାରର କେଳେଙ୍କାରୀର ତଦନ୍ତ ପାଇଁ ଆଗ୍ରହୀ ନଥିବା ସ୍ପଷ୍ଟ ହୋଇଯାଇସାରିଛି । ମନ୍ତ୍ରୀମାନେ ଦୁର୍ନୀତି କଥା କହୁଛନ୍ତି । କିନ୍ତୁ ଦୁର୍ନୀତିଖୋରଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ସାମାନ୍ୟତମ ପ୍ରୟାସ ବି କରୁନାହାନ୍ତି । ପ୍ରଥମ ଥର ପାଇଁ ଜିଲା ଖଣିଜ ପାଣ୍ଠି ଦୁର୍ନୀତିରେ ସଂଶ୍ଳିଷ୍ଟ ଥିବା ଅଭିଯୋଗରେ ଜଣେ ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ତଦନ୍ତ ସକାଶେ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେନ୍ଦୁଝର ଜିଲ୍ଲାରେ ଡିଏମଏଫ୍ ବା ଜିଲା ଖଣିଜ ପାଣ୍ଠି ଦୁର୍ନୀତି ଏବଂ ଅନିୟମିତତାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତଦନ୍ତ କରିବେ ରାଜ୍ୟସ୍ତରୀୟ କମିଟି। କମିଟିର ରିପୋର୍ଟ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ହାଇକୋର୍ଟ । ନବୀନ ସରକାରଙ୍କ ଅମଳରେ ଖଣି ସମୃଦ୍ଧ କେନ୍ଦୁଝର ଦୁର୍ନୀତିର ମୁଖ୍ୟ ପେଣ୍ଠ ପାଲଟି ଥିଲା । ସର୍ବାଧିକ କାଳ ଏହି ଜିଲ୍ଲାର ଜିଲ୍ଲାପାଳ ଥିଲେ ଆଶିଷ ଠାକରେ । ସେ ୬ବର୍ଷରୁ ଅଧିକ କାଳ ଜିଲାପାଳ ଥିଲେ କେନ୍ଦୁଝରରେ । ଅଭିଯୋଗ ହେଉଥିଲା ଯେ ଏସ୍ପି ମିତ୍ରଭାନୁ ମହାପାତ୍ର ଏବଂ ଖଣି ମାଫିଆ ରାଜା ଚକ୍ର ଏବଂ ଜିଲ୍ଲାପାଳ ଠାକରେ ଥିଲେ ଖଣି ଦୁର୍ନୀତିର ତିନିଟି ବିନ୍ଦୁ । ଏହି ତ୍ରିମୂର୍ତ୍ତୀଙ୍କ ବିରୋଧରେ ବହୁ ଅଭିଯୋଗ ଉଠୁଥିଲେ ହେଁ ତତ୍କାଳୀନ ସିଏମଓଙ୍କ ଆଶୀର୍ବାଦରେ କିଛି କାର୍ଯ୍ୟାନୁଷ୍ଠାନ ହେଉ ନଥିଲା । ସବୁଠୁ ବଡ଼ କେଳେଙ୍କାରୀ ଘଟିଥିଲା ଜିଲା ଖଣିଜ ପାଣ୍ଠିକୁ ନେଇ। କେନ୍ଦୁଝର ସଦର ବିଧାୟକ ମୋହନଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ଆଶା କରାଯାଉଥିଲା ଯେ ଜିଲ୍ଲାର ତ୍ରିମୂର୍ତ୍ତୀ ଗ୍ୟାଙ୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ ୭ ମାସ ଭିତରେ କିଛି ହୋଇପାରିଲା ନାହିଁ । କିନ୍ତୁ କେବଳ କ’ଣ କେନ୍ଦୁଝରରେ ଏଭଳି କେଳେଙ୍କାରୀ ଅଭିଯୋଗ ହୋଇଛି କି ? ସୁନ୍ଦରଗଡ଼ ମଧ୍ୟ ଡିଏମ୍ଏଫ୍ ଦୁର୍ନୀତିର ଆଉ ଏକ କଳଙ୍କିତ ଅଧ୍ୟାୟ । Post navigation ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡରେ ହଂସିତା ଅଭିଲିପ୍ସାଙ୍କ ଉପରେ ଆୟକର ଟିମ୍ର ରେଡ଼ କୋଣାର୍କରେ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର