ଭାରତରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିବା ପରେ ମଙ୍କିପକ୍ସ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି । ସବୁ ପ୍ରବେଶ ପଥକୁ ଆଲର୍ଟ ମଧ୍ୟ କରାଯାଇଛି । ପ୍ରଭାବିତ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କୁ ଆଇସୋଲେଟ ରଖାଯାଉଛି । ଦେଶରେ ଏପର୍ଯ୍ୟନ୍ତ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି  । ମଙ୍କିପକ୍ସକୁ ନେଇ କେହି ମଧ୍ୟ ଭୟଭୀତ  ହୁଅନ୍ତୁ ନାହିଁ ।

ଅନ୍ୟପଟେ ଗତକାଲି ଭାରତରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସନ୍ଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ବ୍ୟକ୍ତି ଜଣଙ୍କ ମଙ୍କିପକ୍ସ ସଂକ୍ରମିତ ଅଞ୍ଚଳରୁ ଭାରତ ଗସ୍ତରେ ଆସିଥିଲେ। ଆକ୍ରାନ୍ତଙ୍କ ପରିଚୟ ଗୋପନ ରଖାଯାଇଛି। ସଙ୍ଗରୋଧରେ ଚିକିତ୍ସା ଜାରି ରହିଛି। ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ଏହା ସ୍ପଷ୍ଟ ହେବ ଯେ ଏହା ପଜିଟିଭ୍ ନା ନେଗେଟିଭ୍। ସେହିପରି ମଙ୍କିପକ୍ସ ସଂକ୍ରମଣକୁ ମୁକାବିଲା କରିବା ଲାଗି ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମନ୍ତ୍ରଣାଳୟ କହିଛି।

Leave a Reply

Your email address will not be published. Required fields are marked *