ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ଦଶମ ଛାତ୍ରୀ ମାଆ ହେବା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ । ଜିଲ୍ଲା ପ୍ରଶାସନର ସୁପାରିସ ଆଧାରରେ ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡକାମୀଙ୍କୁ ରାଜ୍ୟ ସରକାର ନିଲମ୍ୱନ କରିଛନ୍ତି। ଏହା ପୂର୍ବରୁ କାଲି ହଷ୍ଟେଲ ମାଟ୍ରନ ଓ ଏଏନ୍‌ଏମ୍‌ଙ୍କୁ ସସ୍‌ପେଣ୍ଡ କରାଯାଇଥିଲା ।

ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟର ଗତକାଲି ଦଶମ ବୋର୍ଡ଼ ପରୀକ୍ଷାର ଇଂରାଜୀ ପରୀକ୍ଷା ଦେଇ ଫେରିବା ପରେ ପ୍ରସବ କରିଥିଲେ ଦଶମ ଶ୍ରେଣୀ ଛାତ୍ରୀ । ଏହାପରେ ତେବେ ସମ୍ପୃକ୍ତ ଛାତ୍ରୀଙ୍କ ବାପାଙ୍କୁ ହଷ୍ଟେଲ କର୍ତ୍ତୃପକ୍ଷ ଫୋନ କରି ଡକାଇଥିଲେ । ଛାତ୍ରୀଙ୍କ ବାପା-ମା’ ସେଠାରେ ପହଞ୍ଚିବା ପରେ ତାଙ୍କ ଝିଅ ଏକ ଶିଶୁକୁ ଜନ୍ମ ଦେଇଥିବା ଦେଖିବାକୁ ପାଇଥିଲେ । ତେବେ ସ୍କୁଲ ଛାତ୍ରୀ ଜଣଙ୍କ କିପରି ଗର୍ଭବତୀ ହେଲେ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ କିପରି କିଛି ଜାଣିପାରିଲେ ନାହିଁ ଏନେଇ ଅଭିଯୋଗ ଆଣିଥିଲେ ପରିବାର ଲୋକ।

Leave a Reply

Your email address will not be published. Required fields are marked *