ଆସନ୍ତା ୧୫ ତାରିଖ ସୁଦ୍ଧା ସରିବ ଇ-କେୱାଇସି ପ୍ରକ୍ରିୟା। ଏ ନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ବାୟସାଧିକ କାରଣରୁ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ ନିକଟକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି ।

ଏହା ସହ ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ଯିବେ ଅଧିକାରୀ । ନିକଟରେ ଗୋଆକୁ ଯାଇ ଇ-କେୱାଇସି କରାଇଛନ୍ତି । ଅନ୍ୟ ରାଜ୍ୟରେ ଥିବା ଲୋକଙ୍କ ପାଖକୁ ଯାଇ ଇ-କେୱାଇସି କରାଯିବ । ଆଗକୁ ଅନ୍ୟ ରାଜ୍ୟରେ ଲୋକ ଯଦି ରହି ଯାଇଛନ୍ତି ଜଣାପଡ଼ିଲା ସେମାନଙ୍କ ନିକଟକୁ ଟିମ୍ ଯିବ ।ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ ଇ-କେୱାଇସି ସରିଲାଣି, ସମସ୍ତଙ୍କର ହେବ । ଏଯାବତ ୫୦ ଲକ୍ଷ ଲୋକ ଇ-କେୱାଇସି କରି ନାହାନ୍ତି ।

Leave a Reply

Your email address will not be published. Required fields are marked *