ଭାରତୀୟ ସେନା ଅଧିକାରୀ ଗୁରୁବଂଶଙ୍କ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ ପରିଡ଼ା ତାଙ୍କୁ ଭେଟିଥିବା ବେଳେ ଭୁବନେଶ୍ବର ଡିସିପିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

ପୀଡ଼ିତାଙ୍କୁ ଭେଟିବା ପରେ ଉପମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଁ ଝିଅକୁ ଏମ୍ସରେ ଭେଟିଛି ତାଙ୍କର ସବୁ କଥା ଶୁଣିଲି। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ମୁଁ ଏଠାକୁ ଆସିଥିଲି। ଡିଜିପି ୫ ଜଣଙ୍କୁ ସସପେଣ୍ଡ କରିଛନ୍ତି। କ୍ରାଇମ୍ ବ୍ରାଞ୍ଚ ରିପୋର୍ଟ ଅନୁସାରେ ତଦନ୍ତ କରାଯିବ । ଯିଏ ଦୋଷୀ ସେ ଦଣ୍ଡିତ ହେବ। ଝିଅର ଅବସ୍ଥା ବହୁତ ଭଲ ଅଛି। ମାନସିକ ସ୍ତରରେ ସେ ଦୁଃଖିତ ଅଛନ୍ତି। ଦୋଷୀକୁ ତଦନ୍ତ ଅନୁସାରେ ଦଣ୍ଡ ଦିଆଯିବ । ମହିଳା ହିଂସା ବିରୁଦ୍ଧରେ ସରକାର ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରୁଛନ୍ତି ଏବଂ ମହିଳା ନିର୍ଯାତନାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ।

 

Leave a Reply

Your email address will not be published. Required fields are marked *