ପଞ୍ଚଭୂତରେ ଲୀନ ହେଲେ ଓଡିଆ ଚଳଚ୍ଚିତ୍ରର ବିରଷ୍ଠ ଅଭିନେତା ଉତ୍ତମ ମହାନ୍ତି । ତାଙ୍କ ବିୟୋଗରେ ନେତା, ଅଭିନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଏହିସମୟରେ ଉତ୍ତମ ମହାନ୍ତିଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍ । ଏହା ସହ ସତ୍ୟନଗର ଶ୍ମଶାନରେ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ହେଲା ଅନ୍ତିମ ସଂସ୍କାର । ବାପାଙ୍କୁ ମୁଖାଗ୍ନି ଦେଲେ ବାବୁସାନ୍ । ସୂଚନାଯୋଗ୍ୟ; ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଉତ୍ତମ ମହାନ୍ତିଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ୨୦ ଦିନ କାଳ ଦିଲ୍ଲୀ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । Post navigation ଉତ୍ତମ ମହାନ୍ତିଙ୍କ ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲାଞ୍ଚ ନେଇ ଧରାପଡିଲେ କୁନ୍ଦୁଲି ଲ୍ୟାମ୍ପ ଶାଖା ଦାୟିତ୍ୱରେ ଥିବା ସତ୍ୟରଞ୍ଜନ ଚାଲାଣ