ମୋଦୀ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ୩.୦ ଆଜି ଉପସ୍ଥାପିତ ହେବାକୁ ଯାଉଛି। ୨୦୨୫ ବଜେଟ୍ ଉପରେ ରହିଛି ସମସ୍ତଙ୍କ ନଜର। ବଜେଟ୍ ଉପସ୍ଥାପନ ପୂର୍ବରୁ ଆଜି ସଂସଦ ଭବନରେ ପୂର୍ବାହ୍ନ ୧୦ଟା ୨୫ରେ କ୍ୟାବିନେଟ୍ ବୈଠକ ବସିଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଜେଟ୍‌କୁ ମିଳିଲା ଅନୁମୋଦନ । ସଂସଦରେ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ୮ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ ।

ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସଙ୍କେତ ଦେଇଥିଲେ ଯେ ଏଥର ଗରିବ, ମଧ୍ୟବିତ୍ତ ଏବଂ ମହିଳା ଓ ଯୁବପିଢିଙ୍କ ପାଇଁ ଅନେକ ନୂଆ ପଦକ୍ଷେପ ଘୋଷଣା ହୋଇପାରେ।

Leave a Reply

Your email address will not be published. Required fields are marked *