କେରଳ ୱାୟନାଡରୁ ଆଜି ଓଡିଶା ଆସୁଛି ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ। ଏଣେ ପୁଅକୁ ଶେଷ ଥର ପାଇଁ ଟିକିଏ ଦେଖିବାକୁ ଅନାଇ ବସିଛନ୍ତି ପରିବାର ଲୋକେ । ପୁଅର ମୃତ୍ୟୁ ଖବର ଶୁଣି ପାଇଁ ଦୁଃଖରେ ଭାଙ୍ଗି ପଡିଥିବା ପରିବାର ଓ ବନ୍ଧୁ ପରିଜନ । ଆଜି କେରଳରୁ ସଡ଼କ ପଥରେ ଡାକ୍ତର ବିଷ୍ଣୁ ଚିନାରାଙ୍କ ମୃତଦେହ ଓଡ଼ିଶା ଆସୁଛି ବୋଲି ସୂଚନା ଦେଇଛନ୍ତି ଓଡ଼ିଆ ଅଧିକାରୀ ଦିଲୀପ ରାଉତରାୟ । ସେ କହିଛନ୍ତି ବିମାନରେ ପାର୍ଥିବ ଶରୀର ନେବା ସମ୍ଭବ ହେଲାନି ସେଥିପାଇଁ ସଡ଼କ ପଥରେ ଯାଉଛି । ଚିନାରାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି, କାଲି ଡିସ୍‌ଚାର୍ଜ ହୋଇପାରନ୍ତି । ‘ଆଉ ଜଣେ ଆହତ ସ୍ୱୀକୃତି ଆଇସିୟୁରେ ଅଛନ୍ତି, ସ୍ୱାସ୍ଥ୍ୟାବସ୍ଥା ସ୍ଥିର । ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଛି, ସ୍ୱୀକୃତିଙ୍କ ଗୋଡ଼ ଭାଙ୍ଗିଛି । ନିଖୋଜ ଡାକ୍ତର ସ୍ୱାଧୀନଙ୍କ ଖବର ମିଳିନି, ପ୍ରଶାସନ ସହ ସମ୍ପର୍କରେ ଅଛୁ ।

ସୂଚନା ମୁତାବକ: ଡାକ୍ତର ବିଷ୍ଣୁପ୍ରସାଦଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ପରାଳ ଗ୍ରାମରେ । ସେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ହାଉସ୍ ସର୍ଜନ ଭାବେ କାର୍ଯ୍ୟରତ ଥିବାବେଳେ ମେଡିସିନରେ ପିଜି କରୁଥିଲେ । ଜୁଲାଇ ୨୭ରେ ତାଙ୍କର ଜନ୍ମଦିନ ଥିଲା । ତେଣୁ ସେ ଡା. ବିଷ୍ଣୁଙ୍କ ସହ ତାଙ୍କର ବନ୍ଧୁ ଡା. ସ୍ୱାଧୀନ ପଣ୍ଡା ଓ ତାଙ୍କ ସ୍ତ୍ରୀ ସ୍ୱୀକୃତି ମହାପାତ୍ର ନିକଟରେ କେରଳ ବୁଲିବାକୁ ଯାଇଥିଲେ। ସେମାନେ ସମସ୍ତେ କେରଳର ୱାଇନାଡର ‘ଲିନର୍ରା ଭିଲ୍ଲା’ରେ ରାତ୍ରିଯାପନ କରିଥିବା ବେଳେ ରାତି ପ୍ରାୟ ୨ଟାରେ ହଠାତ୍‌‌ ପ୍ରବଳ ବର୍ଷା ସାଙ୍ଗକୁ ଭୂ-ସ୍ଖଳନ ଘଟିଥିଲା। ଏଥିରେ ଡା. ବିଷ୍ଣୁ ପ୍ରସାଦ ଓ ଡା. ସ୍ୱାଧୀନ ନିଖୋଜ ହୋଇଯାଇଥିଲେ। ସୌଭାଗ୍ୟବଶତଃ ଅଧ୍ୟାପିକା ପ୍ରିୟଦର୍ଶିନୀ ଓ ସ୍ୱୀକୃତି ଅଳ୍ପକେ ବର୍ତ୍ତିଯାଇଛନ୍ତି। କେରଳ ଭୟାବହ ଭୂ-ସ୍ଖଳନ ବିଭୀଷିକାରେ ନିଖୋଜ ଥିବା ଓଡ଼ିଶାର ୨ଜଣ ଡାକ୍ତରଙ୍କ ମଧ୍ୟ ବିଷ୍ଣୁପ୍ରସାଦ ମୃତଦେହ ଉଦ୍ଧାର କରାଯାଇଛି।

Leave a Reply

Your email address will not be published. Required fields are marked *