ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ସହ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ସଂମ୍ପର୍କରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଏହି ଯୋଜନା ପରିବର୍ତ୍ତେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଯୋଜନା ଲାଗୁ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଆୟୁଷ୍ମାନରେ ୬୭ ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହେବେ । ବାକି ପରିବାର ଗୋପବନ୍ଧୁ ଯୋଜନାରେ ସୁବିଧା ପାଇବେ । ଏହାଦ୍ବାରା ରାଜ୍ୟ ଭିତରେ ଓ ବାହାରେ ଏହି ସୁବିଧା ଉପଲବ୍ଧ ହେବ। ୨୭ହଜାର ହସ୍ପିଟାଲ ରେ ମିଳିବ ଏହି ସହାୟତା। ପ୍ରତି ପରିବାରକୁ ୫ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ମିଳିବ । ଏହା ସହ ୭୦ବର୍ଷରୁ ଅଧିକ ବୟସ୍କମାନେ ଏହି ଯୋଜନାରେ ସାମିଲ ହେବେ । ସେଥିପାଇଁ ଭାରତ ସରକାରଙ୍କ ସହ MOU ହେବ ସେଥିପାଇଁ ପ୍ରସ୍ତୁତି ଚାଲିଛି । Post navigation ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ଡିଜିପିଙ୍କ ପରାମର୍ଶ ଗାଦି ମଡ଼ା ପୋଲିସ ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ଚେତାବନୀ