ବୁଧବାର ଦିନ ଭୁବନେଶ୍ୱରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଗଙ୍ଗପଡ଼ା ଅଞ୍ଚଳରେ, ଏନ୍ଏଚ୍ରେ କଣ୍ଟେନରକୁ ଥାର୍ ପଛରୁ ଧକ୍କା ଦେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଥାର୍ ଗାଡ଼ି ସଂପୂର୍ଣ୍ଣ ଚୁର୍ମାର୍ଆ ହୋଇଯାଇଥିବାବେଳେ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇଥିବା ଯୁବକକୁ ଏମ୍ସ କୁ ସ୍ଥାନାନ୍ତର କରାଯାଇଛି । କହିରଖୁଛୁ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ କ୍ୟାପିଟାଲ୍ ହସ୍ପିଟାଲ୍ ଛକରେ ଏକ ଥାର୍ ଧକ୍କାରେ ଜଣେ ବୁଲେଟ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ପୁଣି ଆଜି ସକାଳେ ଚନ୍ଦକା ଥାନା ଅଞ୍ଚଳରେ ଏକ ଥାର ସହ ଭେନ୍ୟୁ ମୁହାଁମୁହିଁ ହେବ ଫଳରେ ରାସ୍ତା ଉପରେ ଥାର୍ ଓଲଟି ଥିଲା । ଦୁର୍ଘଟଣାରେ ଜଣେ ଆହତ ହୋଇଥିଲେ । Post navigation Matsya Prani Samavesh: ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୬ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ Oil Tanker Leak In Bhubaneswar: ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି; ଯାତାୟାତ ବାଧାପ୍ରାପ୍ତ