ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚୀନର ତିଆନଜିନ୍ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO)ର ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ । ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ ପାଇଁ ଜରୁରୀ । କିନ୍ତୁ ଆତଙ୍କବାଦ ଏସବୁ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ । ଆତଙ୍କବାଦ ପ୍ରସଙ୍ଗରେ କୌଣସି ଡବଲ୍ ଷ୍ଟାଣ୍ଡାର୍ଡ ଚାଲିବନି ।

ମୋଦି ଆଉ ମଧ୍ୟ କହିଛନ୍ତି ଗତ ୪ ଦଶନ୍ଧିରୁ ଭାରତ ଆତଙ୍କବାଦର ପୀଡ଼ା ସହିଛି । ଅନେକ ମାଆ ନିଜ ସନ୍ତାନ ହରାଇଛନ୍ତି, ଅନେକ ମଧ୍ୟ ଅନାଥ ହୋଇଛନ୍ତି। ନିକଟରେ ପହଲଗାମ ହମ୍‌ଲା ମାନବିକତା ଉପରେ ଆକ୍ରମଣ ଥିଲା ।ଏଭଳି କଠିନ ସମୟରେ ଭାରତକୁ ସମର୍ଥନ କରିଥିବା ମିତ୍ର ଦେଶଗୁଡ଼ିକୁ ଧନ୍ୟବାଦ ଜଣାଉଛି । ଭାରତ ଟେରର ଫଣ୍ଡିଂ ବିରୋଧରେ ବି ସ୍ବର ଉଠାଇଛି । ଆମେ ଆତଙ୍କବାଦର ପ୍ରତ୍ୟେକଟି ସ୍ବରୂପକୁ ବିରୋଧ କରୁଛୁ । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ୍ । ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ ।

 

Leave a Reply

Your email address will not be published. Required fields are marked *