ତେଲୁଗୁ ସିନେମା ଜଗତରେ ପ୍ରସିଦ୍ଧ ଅଭିନେତା ଏବଂ ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ । ୮୩ ବର୍ଷ ବୟସରେ ହାଇଦ୍ରାବାଦ ଆଖିବୁଜିଛନ୍ତି ଶ୍ରୀନିବାସ ରାଓ । ଆଜି ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଛି ଦିନ ଧରି ଅସୁସ୍ଥ ହେବାରୁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେ ୭୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ନେତା ଓ କଳାକାରଙ୍କ ଶ୍ରଦ୍ଧାଞ୍ଜଳିତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଚଳଚ୍ଚିତ୍ର ଜଗତ ଓ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। କୋଟା ଶ୍ରୀନିବାସ ରାଓ ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ପରିଚିତ ଥିଲେ । ଖଳନାୟକ, ହାସ୍ୟ ଅଭିନେତା ଏବଂ ଚରିତ୍ର ଅଭିନେତା ଭାବରେ ସେ ପ୍ରତ୍ୟେକ ଭୂମିକାକୁ ଅତି ନିଖୁଣ ଭାବରେ ପରିବେଷଣ କରୁଥିଲେ । କୋଟା ଶ୍ରୀନିବାସ ରାଓ ୧୯୭୮ରେ ତେଲୁଗୁ ଚଳଚ୍ଚିତ୍ର ‘ପ୍ରାଣମ ଖରୀଦୁ’ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ଼ ଓ ମଲୟାଲମ ସମେତ ୭୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଖଳନାୟକ, କମେଡ଼ି ଓ ଚରିତ୍ର ଭୂମିକାରେ ତାଙ୍କର ଅଭିନୟ ଦର୍ଶକଙ୍କ ହୃଦୟରେ ଅମିଟ ଚିହ୍ନ ଛାଡ଼ିଛି। ‘ଗାୟମ’, ‘ବୋମ୍ମାରିଲୁ’, ‘ଆହାନା ପେଲ୍ଲାଣ୍ଟା’, ‘ଶିବ’, ‘ଯମୁଦିକି ମୋଗୁଡ଼ୁ’, ‘ଆଥାଡୁ’ ଓ ‘ଜୁଲାୟୀ’ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଅବିସ୍ମରଣୀୟ। ସିନେମା ସହିତ ରାଜନୀତିରେ ମଧ୍ୟ ସେ ସକ୍ରିୟ ଥିଲେ। ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ସେ ବିଜେପି ଟିକେଟରେ ବିଜୟବାଡ଼ା ପୂର୍ବ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ସାମାଜିକ ଓ ସାଂସ୍କୃତିକ ଅବଦାନ ପାଇଁ ସେ ପଦ୍ମଶ୍ରୀ ସମେତ ନାନ୍ଦୀ ଓ ସିମା ପୁରସ୍କାର ପ୍ରାପ୍ତ କରିଥିଲେ। Post navigation ରାଜ୍ୟସଭା ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା: ସୁରକ୍ଷା ମାଗିଲେ କଲେଜ ଅଧ୍ୟକ୍ଷ