RI Exam in Odisha
ଆଜି ରାଜ୍ୟରେ ରାଜସ୍ୱ ନିରୀକ୍ଷକ ଓ ଅମିନ ପରୀକ୍ଷା ଅନୁଷ୍ଠିତ ହେଉଛି । ହେଲେ ଆରମ୍ଭରୁ ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ ଦେଖାଦେଇଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ହେବା ଦ୍ୱାରା ପରୀକ୍ଷାର୍ଥୀମାନେ ବିଳମ୍ବରେ କେନ୍ଦ୍ର ଭିତରକୁ ଯାଇଛନ୍ତି ।
 
ଆଜି ଆରଆଇ ଓ ଅମିନ ପାଇଁ ଅନଲାଇନ୍ ପରୀକ୍ଷା ଥିଲା । ସକାଳ ୮ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପରୀକ୍ଷାର୍ଥୀମାନେ ୭ ଟା ୩୦ରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାର ଥିଲା । କିନ୍ତୁ ସର୍ଭର ଡାଉନ୍ ହେବା ଦ୍ୱାରା ପରୀକ୍ଷାର୍ଥୀମାନେ ପ୍ରାୟ ଏକ ଘଣ୍ଟା ବିଳମ୍ବରେ କେନ୍ଦ୍ର ଭିତରକୁ ଯାଇଥିଲେ ।
 
ସୂଚନା ଅନୁଯାୟୀ, ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ପଟିଆ, ନୟାପଲ୍ଲୀ, ପୁରୀର କାକଟପୁର, ବ୍ରହ୍ମପୁର ଆଦି ସ୍ଥାନରେ ହୋଇଥିବା କେନ୍ଦ୍ରରେ ଏଭଳି ସମସ୍ୟା ଦେଖାଯାଇଛି । ଯାହାକୁ ନେଇ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
 
ପୂର୍ବରୁ ମଧ୍ୟ ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ବିଭ୍ରାଟ ହୋଇଥିଲା ।

By Nirvay

Leave a Reply

Your email address will not be published. Required fields are marked *