ଓଡ଼ିଆ ଲୋକକୁ ବୋକା ଭାବିବା ଅନୁଚିତ । ସେମାନେ ସବୁ ଜାଣନ୍ତି, ସବୁ ବୁଝନ୍ତି । ରାଜ୍ୟରେ କ’ଣ ଘଟୁଛି, ଦିଲ୍ଲୀ ଗଲେ ମଧ୍ୟ ଜାଣନ୍ତି । ହେଲେ କ’ଣ ହେଉଛି ତାହା ମଧ୍ୟ ଚନରେ ତାଙ୍କୁ ବୋକା ଭାବି ଯାହାକୁ ପାହାକୁ ଇଚ୍ଛା ନିର୍ବାଚନ ଛିଡ଼ା କରିଦେଲେ ଦଳ ଜିତିଯିବ ବୋଲି ନବୀନ ପଟ୍ଟନାୟକ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ବିଫଳ ହେଲା । ଓଡ଼ିଶାକୁ ନିଜ ଜାଗିର ବୋଲି ନବୀନ ଧରିନେଇଥିଲେ । ନିର୍ବାଚନୀ ରାଜନୀତିରୁ ଦୂରେଇ ଯିବାର ଦୀର୍ଘ ଦିନ ପରେ ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ସତପଥୀ ନିରବତା ଭାଙ୍ଗିଛନ୍ତି । ନୂଆବର୍ଷର ପ୍ରଥମ ଦିନରେ ବିଜଦ ସଭାପତି ନବୀନ ପଟ୍ଟନାୟକଙ୍କୁ କଡ଼ା ମସାଲୋଚନା କରିଛନ୍ତି । ସେ ଏଥିପାଇଁ ନିଜ ଖବର କାଗଜର ସମ୍ପାଦକୀୟରେ ସେ ନିର୍ବାଚନ ପରାଜୟ ପାଇଁ ସିଧାସିଧା ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି ଆଉ ରାଜ୍ୟର ନୂଆ ଭାଜପା ସରକାରଙ୍କୁ କରିଛନ୍ତି ପ୍ରଶଂସା । ସେ ଲେଖିଛନ୍ତି, ବିଜଦର ଏହି ନିର୍ବାଚନୀ ବିପର୍ଯ୍ୟୟ ଭି.କେ ପାଣ୍ଡିଆନ୍ ଯୋଗୁ ହୋଇଥିବା କେତେକ ଗୋଷ୍ଠୀ କହୁଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାଜୟ ପାଇଁ ଭାଜପାକୁ ଦାୟୀ କରିଛନ୍ତି । ବାସ୍ତବରେ ଦେଖିବାକୁ ଗଲେ ଏହି ପରାଜୟ ପାଇଁ ପାଣ୍ଡିଆନ୍ ନୁହନ୍ତି କି ଭାଜପା ନୁହେଁ, ନିଜେ ନବୀନ ଦାୟୀ । ସାଧାରଣତଃ ପ୍ରଶାସନିକ ବ୍ୟବସ୍ଥାରେ ଜଣେ ଆଇଏଏସ୍ ଅଧିକାରୀ ସରକାରୀ ଚାକିରିରୁ ଅବସର ନେବା ପରେ ନିଜ ଜନ୍ମସ୍ଥାନକୁ ଫେରିବାର ଲକ୍ଷ୍ୟ କରାଯାଏ। କିନ୍ତୁ ପାଣ୍ଡିଆନ୍ଙ୍କ ଭଳି ଜଣେ ସରକାରୀ କର୍ମଚାରୀଙ୍କୁ ଦଳର ମଙ୍ଗ ଧରାଇ ନବୀନ ନିଜେ ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ । ନବୀନ ଭାବିଥିଲେ ଯେ ଛେଳି, ମେଣ୍ଢା, ବଳଦ, ବିଲୁଆ ଯାହାକୁ ନାହିଁ ତାକୁ ନିର୍ବାଚନରେ ଛିଡା଼ କରାଇଦେଲେ ସେ ଜିତିଯିବ । ଓଡ଼ିଶାକୁ ନିଜ ଜାଗିରି ବୋଲି ଧରି ନେଇଥିଲେ । ୧୯୯୭ରେ ବିଜଦ ଗଠନ ହେବାପରେ ୧୯୯୮ ଲୋକ ସଭା ନିର୍ବାଚନରେ ଆଶ୍ଚର୍ଯ୍ୟଜନକଭାବେ ସଫଳତା ପାଇଥିଲା। ତା’ପରେ ଭାଜପା ସମର୍ଥନରେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜଦ କ୍ଷମତା ଧରି ରଖିବାରେ ସକ୍ଷମ ହୋଇଥିଲା। ଏହି ସମୟ ମଧ୍ୟରେ ପ୍ୟାରୀମୋହନ ମହାପାତ୍ର ଯେଉଁ ଭିତ୍ତିଭୂମି ସୃଷ୍ଟି କରିପାରିଥିଲେ, ତାହା ଉପରେ ନିର୍ଭର କରି ବିଜୁ ଜନତା ଦଳ ଏକାକୀ ୨୦୦୯ ନିର୍ବାଚନ ଲଢ଼ି ଜିଡିପାରିଥିଲା। ଏହା ସତ୍ୟ ଯେ, ନବୀନଙ୍କ ନାମରେ ଭୋଟ ଆସୁଥିଲା । କିନ୍ତୁ ପ୍ୟାରୀଙ୍କ ଭଳି ଦଳର ଆହୁରି ଅନେକ ସଦସ୍ୟ କଳସ ରେ ଆଞ୍ଜୁଳେ ପାଣି ଢାଳିବା ହେତୁ ବିଜୁ ବି ଜନତା ଦଳ ୨୪ ବର୍ଷ ଥିଲା । Post navigation ମୃତ ଚାଷୀଙ୍କ ପରିବାରକୁ ସହାୟତା ଦେଲେ ନବୀନ ଚାଷୀଙ୍କ ସମସ୍ୟା ନେଇ ମୋହନ ମାଝୀଙ୍କୁ ନବୀନଙ୍କ ଚିଠି