ବେସରକାରୀ ଟେଲିକମ୍ କମ୍ପାନୀ ଏୟାରଟେଲ ଏବଂ ଜିଓର ରିଚାର୍ଜ ପ୍ଲାନ ବୃଦ୍ଧି ପରେ ଲୋକେ ବିଏସଏନଏଲ ମୁହାଁ ହୋଇଛନ୍ତି। କେବଳ ଏତିକି ନୁହେଁ, ଏୟାରଟେଲ ଓ ଜିଓ ବ୍ୟବହାରକାରୀମାନେ ବିଏସଏନଏଲକୁ ପୋର୍ଟ କରୁଥିବା ଜଣାପଡିଛି। ଟାଟା କନସଲଟାନ୍ସି ସର୍ଭିସ ଏବଂ ବିଏସଏନଏଲ ମଧ୍ୟରେ ୧୫ ହଜାର କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର ହୋଇଛି ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ ପ୍ରସ୍ତୁତ କରାଯାଉଛି। ଟାଟା ଏବଂ ବିଏସଏନଏଲ ମିଳିତ ଭାବେ ଭାରତର ୧୦୦୦ ଗାଁରେ ୪ଜି ଇଣ୍ଟରନେଟ୍ ସେବା ଆରମ୍ଭ କରିବେ, ଯାହାଦ୍ଵାରା ଲୋକମାନେ ଆଗାମୀ ଦିନରେ ଦ୍ରୁତ ଇଣ୍ଟରନେଟ୍ ସେବା ପାଇପାରିବେ। ଏବେ ଜିଓ ଏବଂ ଏୟାରଟେଲ ୪ଜି ଇଣ୍ଟରନେଟ୍ ସେବା ଉପରେ ଗୁରୁତ୍ୱ ଦେଉଛନ୍ତି। ଯଦି ବିଏସଏନଏଲ ଅଧିକ ଶକ୍ତିଶାଳୀ ହୁଏ ତେବେ ଏହା ଜିଓ ଏବଂ ଏୟାରଟେଲର ଚିନ୍ତା ବଢାଇପାରେ। ଟାଟା ଭାରତର ଚାରୋଟି ଅଞ୍ଚଳରେ ଡାଟା ସେଣ୍ଟର ନିର୍ମାଣ କରୁଛି, ଯାହା ଭାରତର ୪ଜି ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟକ ହେବ। ବିଏସଏନଏଲ ସମଗ୍ର ଦେଶରେ ୯୦୦୦ରୁ ଅଧିକ ୪ଜି ନେଟୱର୍କ ନିୟୋଜିତ କରିଛି, ଏହାକୁ ଏକ ଲକ୍ଷକୁ ବୃଦ୍ଧି କରିବାର ଲକ୍ଷ୍ୟ ରହିଛି। Post navigation ଗାଲାଣ୍ଟ୍ରି ଆୱାର୍ଡରେ ସମ୍ମାନିତ ହେବେ ଓଡ଼ିଆ ପୁଅ ଅଜୟ କୁମାର ଭଞ୍ଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ