ବଢ଼ିଲା ଆଇବି ମୁଖ୍ୟ ଆଇପିଏସ୍ ଅଧିକାରୀ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ବଢ଼ିଲା । ଭାରତ ସରକାରଙ୍କ ଆଦେଶ ଅନୁସାରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ମୁଖ୍ୟଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧିକୁ କ୍ୟାବିନେଟ୍‌ର ମଞ୍ଜୁରୀ । ଜୁନ ୩୦ରେ ନେଇଥାନ୍ତି ଅବସର କିନ୍ତୁ ତାଙ୍କର କାର୍ଯ୍ୟକାଳ ବର୍ଷେ ବୃଦ୍ଧି କରାଯାଇଛି। ବରିଷ୍ଠ ଆଇପିଏସ୍ ଅଧିକାରୀ ତପନ କୁମାର ଡେକା ଇଣ୍ଟେଲିଜେନ୍ସ ବ୍ୟୁରୋ ମୁଖ୍ୟ ଭାବରେ କାର୍ଯ୍ୟ ଜାରି ରଖିବେ। ଏହା ପୂର୍ବରୁ କ୍ୟାବିନେଟ୍ ନିଯୁକ୍ତି କମିଟି ଜୁନ ୨୦୨୫ ପର୍ଯ୍ୟନ୍ତ ତାଙ୍କୁ ସେବା ବିସ୍ତାର ଦେଇଥିଲା।

ଆଇପିଏସ୍ ତପନ କୁମାର ଡେକା ଇଣ୍ଟେଲିଜେନ୍ସ ବ୍ୟୁରୋର ୨୮ ତମ ନିର୍ଦ୍ଦେଶକ ଅଟନ୍ତି। ୨୦୨୨ ମସିହାରେ ସେ ତାଙ୍କ ପୂର୍ବବର୍ତ୍ତି ମୁଖ୍ୟ ଅରବିନ୍ଦ କୁମାରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୮୮ ବ୍ୟାଚ୍ ହିମାଚଳ ପ୍ରଦେଶ କ୍ୟାଡର ଆଇପିଏସ୍ ଅଫିସର ଡେକା ୧୯୯୮ମସିହାରେ ଆଇବିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *