ଅସ୍ତ୍ରବିରତି ପରେ ଆଜି ଭାରତ-ପାକ୍ ଫାଇନାଲ ଆଲୋଚନା ।ଦିନ ୧୨ଟାରେ ଉଭୟ ଦେଶର ଡିଜିଏମଓ ସ୍ତରୀୟ ହେବ ଆଲୋଚନା। ମେ’ ୧୦ର ବୈଠକରେ ଉଭୟ ଦେଶ ଅସ୍ତ୍ରବିରତିକୁ ସହମତି ଦେଇଥିଲେ । ଅସ୍ତ୍ରବିରତି ପରଠାରୁ ସୀମାରେ ରହିଛି ଶାନ୍ତି ପରିବେଶ । ତଥାପି ଭାରତୀୟ ସେନା ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ ଯଦି ଅସ୍ତ୍ରବିରତି ଉଲ୍ଲଂଘନ ହୁଏ ତେବେ କଡ଼ା ଜବାବ ଦିଆଯିବ। ଏବେ ସଭିଙ୍କ ନଜର ସୋମବର ଡିଜିଏମଓ ସ୍ତରୀୟ ବୈଠକ ଉପରେ ରହିଛି । ଅନ୍ୟପଟେ ଏପଟେ ଯୁଦ୍ଧ ବିରତି ଲାଗୁ ପରେ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକ୍ ଗତିବିଧି ଉପରେ ସତର୍କ ନଜର ରଖାଯାଇଛି ଏବଂ ଯୁଦ୍ଧ ବିରତି ଉଲ୍ଲଂଘନ ସ୍ଥିତିରେ କଡ଼ା ଜବାବ ଦେବାକୁ ସେନା ପ୍ରସ୍ତୁତ ରହିଛି। Post navigation ଅପରେସନ ସିନ୍ଦୂର: ପାକିସ୍ତାନର ପ୍ରତିରକ୍ଷା କ୍ଷମତା ଛାରଖାର ଟେଷ୍ଟରୁ ଅବସର ନେଲେ ବିରାଟ କୋହଲି