ଇଡେନ୍ ଗାର୍ଡେନରେ ହୋଇଥିବା ଟି ୨୦ ବିଶ୍ବକପରେ ୱେଷ୍ଟଇଣ୍ଡିଜ୍କୁ ହରାଇ ଫାଇନାଲ୍ରେ ପହଞ୍ଚିଲା ଭାରତ । ଓ୍ଵେଷ୍ଟଇଣ୍ଡିଜକୁ ୫ ଓ୍ଵିକେଟରେ ହରାଇ ଚତୁର୍ଥ ଦଳ ଭାବେ ଟି-୨୦ ବିଶ୍ଵକପ୍ ୨୦୨୬ର ସେମି ଫାଇନାଲରେ ପହଞ୍ଚିଛି । ଏବେ ସେମିରେ ଭାରତ ଇଂଲଣ୍ଡ ସହ ମୁକାବିଲା କରିବ ଓ୍ଵେଷ୍ଟଇଣ୍ଡିଜକୁ ଦ୍ଵାରା ଧାର୍ଯ୍ୟ ୧୯୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୯.୨ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରିଛି । ସଞ୍ଜୁ ସାମସନ ୯୭ ରନର ଐତିହାସିକ ଅପରାଜିତ ଇନିଂସ ଖେଳି ଭାରତ ବିଜୟରେ ହିରୋ ସାଜିଛନ୍ତି । ଇଡେନ୍ ଗାର୍ଡେନ୍ରେ ଖେଳା ଯାଇଥିବା ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ୱେଷ୍ଟଇଣ୍ଡିଜ୍କୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା । ଭାରତ ୧୯୬ ରନ୍ କରି ସେମି ଫାଇନାଲରେ ପ୍ରବେଶ କଳା ଭାରତ । ଭାରତ ପକ୍ଷରୁ ସଞ୍ଜୁ ସାମସନ ବିସ୍ଫୋରକ ଇନିଂସ ଖେଳିଛନ୍ତି । ୫୦ ବଲ୍ରେ ୯୭ ରନ୍ ସ୍କୋର୍ କରିଛନ୍ତି ସଞ୍ଜୁ ସାମସନ । ୨୦୨୬ ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମାର୍ଚ୍ଚ ୪ରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ। ଦ୍ଵିତୀୟ ସେମିଫାଇନାଲ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମାର୍ଚ୍ଚ ୫ରେ ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ। Post navigation CCS Meeting: ଆଜି ରାତି ୯ଟା ୩୦ରେ ଗୁରୁତ୍ବପୂର୍ଣ୍ଣ ସିସିଏସ୍ ବୈଠକ