ଦୀଘା ଜଗନ୍ନାଥ ଧାମ ନାମ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ। ସେ କହିଛନ୍ତି ଜଗନ୍ନାଥ ମନ୍ଦିର ସବୁଠାରେ ପ୍ରତିଷ୍ଠା କରାଯାଇପାରିବ,କିନ୍ତୁ ସେଥିରେ ଧାମ ଶବ୍ଦ ବ୍ୟବହାର କରିବା ଉଚିତ ନୁହେଁ । ପ୍ରଭୁ ଜଗନ୍ନାଥଙ୍କର କେବଳ ଗୋଟିଏ ଧାମ, ତାହା ପୁରୀ । ଦୀଘା ଜଗନ୍ନାଥ ମନ୍ଦିର ପାଇଁ ଧାମ ଶବ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ । ଏକ ଧାମ କେବଳ ଗୋଟିଏ ସ୍ଥାନରେ ରହିପାରିବ ସେଟା ହେଉଛି ପୁରୀ । ଏହାକୁ ନେଇ ବିବାଦ ସୃଷ୍ଟି କରିବାକୁ ଦେବା କଥା ନୁହେଁ । ସେ ଆଉ ମଧ୍ୟ କହିଛନ୍ତି ଭଗବାନ ସର୍ବବ୍ୟାପୀ, ତେଣୁ ସବୁଠାରେ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା କରାଯାଉ ଏବଂ ପୂଜାର୍ଚ୍ଚନା କରାଯାଉ , ତାହାକୁ ଅଭନନ୍ଦନ କରାଯିବ । କିନ୍ତୁ ତାହାକୁ ଧାମ କରିବା ଉଚିତ ନୁହେଁ । ଏହାକୁ ଅପରାଧ ବୋଲି ବିବେଚନା କରାଯିବ । ଯେପରି ଦିଲ୍ଲୀରେ ମଧ୍ୟ କେଦାରନାଥ ଧାମ ନିର୍ମାଣ କରାଯାଉଥିଲା ତାହାକୁ ରୋକା ଯାଇଥିଲା । ଆଜି ଜଗନ୍ନାଥ ଧାମ କଲେ ଏବଂ ଆଗକୁ ଓଡ଼ିଶାକୁ ପଶ୍ଚିମବଙ୍ଗରେ ମିଶାଇ ଦେବ । ଓଡ଼ିଶା ଜାଗାରେ ରହିବ, ଜଗନ୍ନାଥ ଧାମ ପୁରୀରେ ରହିବ । ତେଣୁ ଧାମ ଶବ୍ଦକୁ ହଟାଇବା ଦରକାର । ତାର ପ୍ରତି ବଦଳରେ ଭିନ୍ନ ନାମ ରଖିବାକୁ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି । Post navigation ଆସନ୍ତାକାଲି ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍ଡ୍ରିଲ୍ ଟ୍ରେନରୁ ଗାୟବ ହୋଇ ଆହତ ଅବସ୍ଥାରେ ମିଳିଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ଜୁଏଲ ଓରାମ, କହିଲେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି