Oplus_131072

ଆନ୍ଧ୍ରପ୍ରଦେଶରେ ଓଡ଼ିଶାର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଓଡିଶା ଆନ୍ଧ୍ର ସୀମା ପଲାସା ନିକଟ ବାରୁଆ ଛକରେ ଘଟିଛି ଏହି ଦୁର୍ଘଟଣା।  ସମସ୍ତେ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । କାରରେ ରହିଛି ବାଲେଶ୍ବର ଆରଟିଓ ନମ୍ବର । ଭୁବନେଶ୍ୱରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କାରକୁ ସାମ୍ନା ପଟୁ ଏକ ଟ୍ରକ ଧକ୍କା ଦେଇଥିବା ସୂଚନା ମିଳିଛି । ଦୁର୍ଘଟଣା ଅପରାହ୍ନ ୫ଟାରେ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ତୁରନ୍ତ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଭୁବନେଶ୍ବରର ଗୋଟିଏ ପରିବାରର ସଦସ୍ୟ କାରରେ ବିଶାଖାପାଟଣା ଯାଉଥିଲେ। ବାରୁଆ ନିକଟରେ ସେମାନେ ଏକ ଦୁଇଚକିଆ ଯାନକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ। ଏହି ସମୟରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ଡିଭାଇଡର୍ ଡେଇଁ ସାମ୍ନା ପଟୁ କାରକୁ ଧକ୍କା ଦେଇଥିଲା। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। ସମସ୍ତେ ଓଡ଼ିଶାର ହୋଇଥିବା ସୂଚନା ମିଳିଛି, କାରରେ ରହିଛି ବାଲେଶ୍ବର ଆରଟିଓ ନମ୍ବର ରହିଛି ।

Leave a Reply

Your email address will not be published. Required fields are marked *