suspense-continues-over-jagannath-pradhan
ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ହେବା ଏବଂ ଦଳରୁ ବହିସ୍କୃତ ହେବା ନେଇ ସସପେନ୍ସ ଲାଗି ରହିଛି ।
 
ଜଗନ୍ନାଥ ବୁଧବାର ବିଜେପି ରାଜ୍ୟ ମୁଖ୍ୟାଳୟରେ ପହଞ୍ଚି ପାର୍ଟିର ଶୃଙ୍ଖଳା କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି ।
 
ଜଗନ୍ନାଥ ପ୍ରଧାନଙ୍କ ବିଷୟରେ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ ଜଗନ୍ନାଥ ପ୍ରଧାନଙ୍କ ବିଷୟରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ସରକାର ସେ ନେଇ ଚିନ୍ତା କରୁଛନ୍ତି ।
 
ବିଏମସି ଅତିରିକ୍ତ କମିଶନରଙ୍କୁ ୫ରୁ ୬ ଦୁର୍ବୃତ୍ତ ବିଏମସି କାର୍ଯ୍ୟାଳୟ ଭିତରେ ପଶି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ମାମଲାରେ ଜଗନ୍ନାଥ ପ୍ରଧାନଙ୍କ ସହ ଆଲୋଚନା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହା କହିଛନ୍ତି ।
 
ସେ କହିଛନ୍ତି ଯେ, ବିଏମସି ବାବୁଙ୍କୁ ମାଡ଼ ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି, ବାରମ୍ବାର ସେ ବିଷୟରେ ଆଲୋଚନା କରିବା ଉଚିତ୍ ନୁହେଁ । ଯଦି କିଛି ନିଷ୍ପତ୍ତି ହୁଏ ଦଳୀୟ ମୁଖପାତ୍ର ମିଡିଆକୁ ଡାକି କହିବେ ।
 
ଜଗା ପ୍ରଧାନଙ୍କ ସହ ଆଲୋଚନା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଦଳର ଆଭ୍ୟନ୍ତରୀଣ ବ୍ୟାପାର ନେଇ ମିଡିଆକୁ କୁହାଯାଇ ପାରିବ ନାହିଁ ବୋଲି ସାମଲ କହିଛନ୍ତି । ସୂଚନା ଅନୁଯାୟୀ, ଦୀର୍ଘ ୪ ଘଣ୍ଟା ଧରି ଜଗନ୍ନାଥ ପ୍ରଧାନ ଙ୍କ ରାଜ୍ୟ ସଭାପତି ସହ ଗତକାଲି ଆଲୋଚନା ହୋଇଥିଲା ।
 
ସମସ୍ତ ଅଭିଯୁକ୍ତ ବିଜେପିର ହୋଇଥିବା ବେଳେ ଦଳ ସମସ୍ତଙ୍କୁ ପ୍ରାଥମିକ ସଦସ୍ୟରୁ ନିଲମ୍ବନ କରିଛି ରାଜ୍ୟ ବିଜେପି ।

By Nirvay

Leave a Reply

Your email address will not be published. Required fields are marked *