ବରଗଡ଼ ଧନୁଯାତ୍ରା ପାଇଁ ଘୋଷଣା ହେଲା କଂସଙ୍କ ନାଁ । ସୁଶୀଲ କୁମାର ମେହର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ ମହାରାଜ ରୂପେ ମନୋନୀତ ହୋଇଛନ୍ତି । ୨୦୨୫-୨୬ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ । ସୁଶୀଲ ମେହେରଙ୍କ ନାଁ ଘୋଷଣା କଲେ ଅତିରିକ୍ତ ଜିଲ୍ଲାପାଳ ।ଜିଲ୍ଲାପାଳ ସରକାରୀ କାମରେ ଭୁବନେଶ୍ୱର ଗସ୍ତରେ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଏହି ଦାୟିତ୍ୱ ତୁଲାଇଛନ୍ତି । ସୂଚନା ଯୋଗ୍ୟ; ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଜାନୁଆରୀ ୩ ପର୍ଯ୍ୟନ୍ତ ବୃହତ୍ ମୁକ୍ତାକାଶ ମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ। ନଭେମ୍ବର ୧ରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମହାରାଜ କଂସ ଭୂମିକା ପାଇଁ ସୁଶୀଲ ମେହେର ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ । ମୋଟ ୪୪ ଜଣ କଂସ ଚରିତ୍ର ପାଇଁ ଆବେଦନ କରିଥିଲେ । ମୋଟ ୧୧ଟି ଚରିତ୍ରରେ ୨୨୨ ଜଣ ଆବେଦନ କରିଥିଲେ । ଗତକାଲି ଟାଉନହଲଠାରେ ୩୬ ଜଣ କଂସ ଭୂମିକା ପାଇଁ ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ । ମୋଟ ୫ ଜଣ ବିଚାରପତିଙ୍କ ସମ୍ମୁଖରେ ପ୍ରତିଯୋଗୀମାନେ ପାରମ୍ପାରିକ ବେଶ ପୋଷାକରେ ଅଭିନୟ ଦେଖାଇଥିଲେ । ଏହା ପରେ ଆଜି ନାମ ଘୋଷଣା କରାଯାଇଛି । ୩୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ବିଚାରପତି ମଣ୍ଡଳୀ ସୁଶୀଲ ମେହେରଙ୍କ ନାମକୁ ଚୟନ କରିଛନ୍ତି । ସୁଶୀଲ ମେହେର ବରଗଡ଼ ପାଇଁ ନୂତନ କଂସ ହୋଇଥିବାବେଳେ ଅନ୍ୟ ସ୍ଥାନରେ କଂସ, ରାବଣ, ମହିଷାସୁର, ବାଣାସୁର ଭଳି ଭୂମିକାରେ ଅଭିନୟ କରିଛନ୍ତି । Post navigation Maoist Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ District Collectors-SP Conference: ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ ମୋହନ ମାଝୀ