୨୦୨୪ ନିର୍ବାଚନରେ ବିଜେଡିର ପରାଜୟକୁ ପାଞ୍ଚ ମାସ ବିତି ଯାଇଥିଲେ ମଧ୍ୟ ଦଳ ନିଜର ପରାଜୟକୁ ନେଇ କାରଣ ଖୋଜିବାରେ ଲାଗିଛି । ନିର୍ବାଚନ ପରେ ଶାସନଭାର ହାତରୁ ଗଲାପରେ ବିଜେଡିରେ ଦେଖା ଦେଇଛି ଦଳକନ୍ଦଳ। ନିର୍ବାଚନ ହାରିବାର ଦୋଷ ପରସ୍ପର ମଧ୍ୟରେ ଲଦିବାରେ ଲାଗିଛନ୍ତି ବିଜେଡି କର୍ମୀ। ଏହା ସହ ଜଣକ ପରେ ଜଣେ ନେତା ଦଳ ଛାଡ଼ୁଥିବାବେଳେ କିଛି ନେତା ପରାଜୟ ପାଇଁ ସଭାପତି ନବୀନ ପଟ୍ଟନାୟକଙ୍କୁ ଦାୟୀ କରୁଛନ୍ତି । ଆଜି ପୁଣି ଜଣେ ବରିଷ୍ଠ ନେତାଛେଣ୍ଡି ପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା ସିଧାସଳଖ ବିଜେଡିର ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସୁଶାନ୍ତ ବେହେରା କହିଛନ୍ତି, ଦଳକୁ ନବୀନ ପଟ୍ଟନାୟକ ଟିକେ ଅଣଦେଖା କଲେ। ଯାହା ଫଳରେ ଦଳ କର୍ମୀ ଅସନ୍ତୁଷ୍ଟ ରହିଲେ। ଏହା ସହ ଦଳ ଯେହେତୁ ଲଗାତାର ୨୫ ବର୍ଷ ଶାସନରେ ରହିସାରିଥିଲା, ତେଣୁ ଲୋକେ ମନ ପରିବର୍ତ୍ତନ କରିଥିଲେ। ସେମାନେ ନୂତନତ୍ୱ ଚାହୁଁଥିଲେ। ସେହି ସମୟରେ ଦଳର ସଭାପତି ନିଜେ ସମସ୍ତ ସଭା ସମିତିରେ ଯୋଗ ନ ଦେଇ ଲୋକଙ୍କ ସହ ନ ମିଶି ତାଙ୍କର ପ୍ରତିନିଧିତ୍ୱମାନେ ସଭାପତିଙ୍କ ସ୍ଥାନରେ ଯୋଗ ଦେଲେ । ତେଣୁ ଏହା ମଧ୍ୟ ଦଳର ପରାଜୟର ଆଉ ଏକ କାରଣ । ପରିଚାଳନାଗତ ତ୍ରୁଟି ଯୋଗୁ ଦଳ ହାରିଛି । ଦଳ ଭୁଲ ବାଟରେ ପରିଚାଳିତ ହୋଇଥିଲା, କିନ୍ତୁ ଏବେ ଆଉ ସେହି ଭୁଲ ପନ୍ଥା ଆପଣାଇ ନାହିଁ। Post navigation ଆମ୍ବ ଟାକୁଆ ଖାଇ ମୃତ୍ୟୁ ମାମଲା: ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ ନବୀନ ତାମିଲନାଡୁର ମୁଖ୍ଯ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ଝିଅ ଅର୍ଚ୍ଚନା ପଟ୍ଟନାୟକ