ପୁରୀରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ପେଟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରେସମିଟ୍ । ସେ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁଛୁ । କ୍ୟାବିନେଟ୍‌ରେ ୯ଟି ପ୍ରସ୍ତାବ ଗ୍ରହଣ କରିସାରିଛୁ । ଶ୍ରୀମନ୍ଦିରର ୪ଟି ଦ୍ବାର ମଧ୍ୟ ଖୋଲା ଯାଇଛି । ନୀତିକାନ୍ତିରେ ବିଭ୍ରାଟ ନକରି ରତ୍ନଭଣ୍ଡାର ଖୋଲିଲୁ । ଦୁର୍ନୀତିମୁକ୍ତ ଓ ଲୋକାଭିମୁଖି ସରକାରୀ ବ୍ୟବସ୍ଥା ପହଞ୍ଚାଇବୁ । ଧାଡିର ଶେଷରେ ଛିଡା ହୋଇଥିବା ବ୍ୟକ୍ତିଙ୍କ ପାଖରେ ସେବା ପହଞ୍ଚାଇବୁ । ଓଡ଼ିଶାରେ ସନ୍ତୁଳିତ ବିକାଶ ପାଇଁ ଚେଷ୍ଟା ଜାରି ରହିବ ।

ସେ ଆଉ ମଧ୍ୟ କହିଛନ୍ତି ଭାଷା ଭିତ୍ତିରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଗଠିତ । ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଚେଷ୍ଟା କରିବୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁର୍ନୀତିମୁକ୍ତ ସେବା ପ୍ରଦାନ କରିବୁ ।ଆଗାମୀ ୧୨ ବର୍ଷରେ ବିକଶିତ ଓଡ଼ିଶା ଗଠନ କରିବୁ । ୨୦୩୬ ସୁଦ୍ଧା ଓଡ଼ିଶାକୁ ଆଧୁନିକ ଓ ବିକଶିତ କରିବୁ ।

ଏହା ଛଡା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପୂର୍ବ ସରକାରର ‘5T’କୁ କଡ଼ା ସମାଲୋଚନା କରି କହିଛନ୍ତି 5T ନାଁରେ ବର୍ଷକୁ ୫୦ ହଜାର କୋଟିରୁ ଅଧିକ ଟଙ୍କା ଲୁଟ୍‌ ହେଉଥିଲା । ଓଡ଼ିଶାରେ ଶିକ୍ଷା, ସ୍ବାସ୍ଥ୍ୟ, ମହିଳାଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୋଇଥିଲା ।୨୫ ବର୍ଷ ହେଉଛି ରାଜନୀତିରେ ଏକ ବିରାଟ କାଳଖଣ୍ଡ ।

Leave a Reply

Your email address will not be published. Required fields are marked *