ବିଧାୟକମାନଙ୍କ ପାଇଁ ନିର୍ମାଣ ଚାଲିଥିବା ବହୁତଳ ପ୍ରସାଦ କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ | ଏ ନେଇ ନେଇ ବାଚସ୍ପତି ସୁରମା ପାଢ଼ୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି |କ୍ୱାର୍ଟର କାର୍ଯ୍ୟ ର ସ୍ଥିତି ଜାଣିବା ପାଇଁ ୨ ଥର ସମୀକ୍ଷା ପରେ ସନ୍ତୋଷଜନକ ରିପୋର୍ଟ ନ ମିଳିବାରୁ ସୁରମା ପାଢ଼ୀ ଅସନ୍ତୋଷ |ପୂର୍ବର କିଛି ନିଷ୍ପତ୍ତି କାରଣରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ଚାଲିଛି ବୋଲି ବାଚସ୍ପତି କହିଛନ୍ତି |୨୦୨୫ ସୁଦ୍ଧା ବିଧାୟକଙ୍କ କ୍ବାର୍ଟର ନିର୍ମାଣ କାମ ସାରିବା ପାଇଁ ବାଚସ୍ପତି ନିର୍ଦ୍ଧେଶ ଦେଇଛନ୍ତି | ଯେଉଁମାନ ବିଧାୟକଙ୍କ ପାଇଁ ଏବେ କ୍ବାର୍ଟର ବ୍ୟବସ୍ଥା ନାହିଁ ସେମାନେ ମାସିକ ୩୦ ହଜାର କ୍ୱାର୍ଟର ବାବଦ କୁ ପାଇବା ନେଇ ସୁରମା ପାଢ଼ୀ ସୂଚନା ଦେଇଛନ୍ତି | ସୂଚନା ଅନୁଯାୟୀ ଭୁବନେଶ୍ୱରର ଚତୁର୍ଥ ୟୁନିଟ୍ ରେ ଏମ୍. ଏଲ୍. ଏ. କଲୋନୀରେ ୩୦୦ ବିଳାସପୂର୍ଣ୍ଣ କ୍ୱାର୍ଟର୍ସ ନିର୍ମାଣ ଲାଗି ୫୧୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ଆଜି ଓଡ଼ିଶା ସରକାର ମଞ୍ଜୁରି ଦେଇଥିଲେ , ଯାହାକି ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇପାରିନାହିଁ | Post navigation ଜଗନ୍ନାଥଙ୍କ କୃପାରୁ ମହାରାଷ୍ଟ୍ର ରେ ଉଡ଼ିବ ବିଜୟର ଧ୍ବଜା: ଭୂପେନ୍ଦ୍ର ଯାଦବ ୨ ବର୍ଷ ମଧ୍ୟରେ କୁପୋଷଣମୁକ୍ତ ହେବ ଓଡିଶା : ପ୍ରଭାତୀ ପରିଡା