ବରିଷ୍ଠ ନେତା ସୁର ରାଉତରାୟ ସବୁବେଳେ ତାଙ୍କ ବିବାଦୀୟ ବୟାନବାଜି ନେଇ ଚର୍ଚ୍ଚାରେ ରୁହନ୍ତି । ପୁଣି ଏବେ ସେ ଶହୀଦ ମାଧୋ ସିଂକୁ ସମାଲୋଚନା ଓ ଅସମ୍ମାନ କରିବା ନେଇ ଅଡ଼ୁଆରେ ପଡିଛନ୍ତି। ଏହି ପ୍ରସଙ୍ଗରେ ସେ ଆଜି ଗଣମାଧ୍ୟମ ଆଗରେ କ୍ଷମା ମଧ୍ୟ ମାଗିଛନ୍ତି। ମୁଁ ଜାଣିନଥିଲି, ଭୁଲରେ ତାଙ୍କୁ ଏମିତି କହିଦେଇଛି ବୋଲି କହିଛନ୍ତି ଶ୍ରୀ ରାଉତରାୟ। ସ୍ଵାଧୀନତା ସଂଗ୍ରାମୀଙ୍କ ବିଷୟରେ ଲୋକଙ୍କୁ ଜଣାଇବା ଉଚିତ। ସମସ୍ତ କ୍ଲବ, ସ୍କୁଲ, କଲେଜ ଗାଁଗୁଡ଼ିକରେ ଜଣାଇବା ଉଚିତ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *