ବୁଲାକୁକୁରଙ୍କ ସ୍ଥାନାନ୍ତର ନେଇ ଆସିଲା ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । କୁକୁରଙ୍କୁ ବନ୍ଧ୍ୟାକରଣ ପରେ ବାହାରେ ଛଡାଯାଉ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଆକ୍ରାମଣାତ୍ମକ କୁକୁରଙ୍କୁ ଛଡାନଯାଉ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ତାଙ୍କ ନିଷ୍ପତ୍ତିରେ ଅଗଷ୍ଟ ୧୧ ତାରିଖର ଆଦେଶକୁ ସଂଶୋଧନ କରିଛନ୍ତି । ଯେଉଁଥିରେ ବୁଲା କୁକୁରମାନଙ୍କୁ ଧରି ସେଲଟର ହୋମରେ ରଖିବାକୁ କୁହାଯାଇଥିଲା।

ସେହିପରି ସାର୍ବଜନୀନ ସ୍ଥାନରେ ଖାଦ୍ୟ ଦେବା ଉପରେ ରୋକ ଲାଗିଛି । କୁକୁରଙ୍କୁ ଖାଦ୍ୟ ଦେବା ଲାଗି ସ୍ଵତନ୍ତ୍ର ଅଂଚଳ କରାଯାଉ । କୁକୁରଙ୍କୁ ମୁକ୍ତ କରିବା ଉପରେ ରୋକ ହଟାଇଲେ।   କୁକୁରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ଲୋକେ । ସାରା ଦେଶରେ ଲାଗୁ ହେବ ଏହି ନିୟମ । ଜଷ୍ଟିସ୍ ବିକ୍ରମ ନାଥଙ୍କ ନେତୃତ୍ୱରେ ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଦେଇଛନ୍ତି। ସମସ୍ତ ରାଜ୍ୟକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ଅଗଷ୍ଟ ୧୧ ତାରିଖରେ, ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରର ରାସ୍ତାରୁ ବୁଲା କୁକୁରମାନଙ୍କୁ ସ୍ଥାୟୀ ଭାବରେ ‘କୁକୁର ଆଶ୍ରୟସ୍ଥଳ’କୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *