ଗଞ୍ଜାମ ସଡ଼କ ଦୁର୍ଘଟଣା ମାମଲାରେ ସୁପ୍ରିମକୋର୍ଟ ରାସ୍ତା ନିରାପତ୍ତା କମିଟି ରିପୋର୍ଟ ମାଗିଛନ୍ତି । ମାର୍ଚ୍ଚ ୫ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ଅଭୟ ମନୋହର ସାପ୍ରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଚିଠି ଲେଖିଛନ୍ତି । ଭବିଷ୍ୟତରେ ଦୁର୍ଘଟଣା ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରସ୍ତାବିତ ସୁରକ୍ଷା ପଦକ୍ଷେପଗୁଡ଼ିକର ରିପୋର୍ଟ ମଧ୍ୟ କମିଟିକୁ ପଠାଇବେ ସରକାର । ସୂଚନାଯୋଗ୍ୟ, ଜାନୁଆରୀ ୩୧ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଓଭରବ୍ରିଜରେ ଏକ ଟ୍ରକ୍ ଭୁଲ୍ ସାଇଡ୍ ରେ ଆସି ତିନୋଟି ବାଇକ୍ କୁ ଧକ୍କା ଦେଇଥିଲା । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । Post navigation Paddy Procurement Data Released: ଧାନ କିଣା ତଥ୍ୟ ଜାରି କଲେ ରାଜ୍ୟ ସରକାର Jayaram Pangi Resigns: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ