Supreme Court rules teachers' eligibility test mandatory
ଟିଚର ଇଲିଜିବିଲିଟି ଟେଷ୍ଟ (TET) ରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି ।
 
ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଚାକିରିରେ ଅଛନ୍ତି ସେମାନଙ୍କୁ ୨ ବର୍ଷରେ TET ପାସ୍‌ କରିବାକୁ ପଡ଼ିବ । ଯେଉଁ ଶିକ୍ଷକଙ୍କ ଅବସର ୫ ବର୍ଷରୁ କମ୍‌ ଅଛି ସେମାନଙ୍କ ପାଇଁ ଦରକାର ନାହିଁ । ଅବସର ୫ ବର୍ଷରୁ ଉର୍ଦ୍ଧ ଥିଲେ TET ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ।
 
ମିଳିଥିବା ସୂଚନା ଅନୁଯାୟୀ, TET ଉତ୍ତୀର୍ଣ୍ଣ ହୋଇ ନ ପାରିଲେ ଶିକ୍ଷକ ଶିକ୍ଷୟତ୍ରୀ ବାଧ୍ୟତାମୂଳକ ଅବସର ନେବେ । ସଂଖ୍ୟାଲଘୁଙ୍କ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ବୃହତ ଖଣ୍ଡପୀଠ ନିଷ୍ପତ୍ତି ନେବେ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

By Nirvay

Leave a Reply

Your email address will not be published. Required fields are marked *