ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାପରେ ଅଭିନେତା ତଥା ନେତା ବିଜୟଙ୍କ ଅଡ଼ୁଆ ବଢିଛି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗିଙ୍କ ତତ୍ତ୍ବାବଧାରେ ତଦନ୍ତ ହେବ । ଏହି ତଦନ୍ତକୁ ମନିଟର ପାଇଁ ୩ ଜଣିଆ କମିଟି ଗଠନ କରାଯିବ । ସେପ୍ଟେମ୍ବର ୨୭ରେ ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଦଳାଚକଟା ଘଟିଥିଲା । ଏହି ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ, ତାମିଲଗା ଭେଟ୍ଟ୍ରି କାଜାଗମ (ଟିଭିକେ) ମୁଖ୍ୟ ବିଜୟଙ୍କ ଜନସଭା ରୢାଲି କରୁର ସହରରେ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେବା ପାଇଁ ଆସିଥିବା ବିଜୟଙ୍କ ସମର୍ଥକମାନେ ପ୍ରାୟ ୬ ଘଣ୍ଟା ଧରି ଅପେକ୍ଷା କରିଥିଲେ। ବିଜୟ ଆସିବା ପରେ ଲୋକମାନେ ମଞ୍ଚ ନିକଟକୁ ମାଡ଼ିଯିବାରୁ ଭିଡ଼ ସ୍ଥିତି ଅସମ୍ଭାଳ ହୋଇଥିଲା।

ବିଜୟ ଭାଷଣ ଦେବା ସମୟରେ ହଠାତ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଗଲା, ଯାହା ସମଗ୍ର ଅଞ୍ଚଳକୁ ଅନ୍ଧାରରେ ବୁଡ଼ାଇ ଦେଲା। ପ୍ରବଳ ଭିଡ଼ ମଧ୍ୟରେ ଅନ୍ଧାର ବ୍ୟାପିଯିବାରୁ, ଆତଙ୍କ ସୃଷ୍ଟି ହେଲା ଏବଂ ଲୋକମାନେ ଆତଙ୍କିତ ହୋଇ ଦୌଡ଼ିବାକୁ ଲାଗିଲେ। ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।

ଅନ୍ୟପଟେ ଟିଭିକେର ଅଭିଯୋଗ କରିଛି, କରୁରରେ ଦଳାଚକଟା ଏକ ଦୁର୍ଘଟଣା ନଥିଲା । ଏହା ଏକ ଅପରାଧ ମୂଳକ ଷଡ଼ଯନ୍ତ୍ର ଥିଲା । ଡିଏମକେ ସରକାରଙ୍କ ଦ୍ୱାରା ଏହି ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *