କୋଲକତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆନ୍ଦୋଳନରତ ଡ଼ାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । କାଲି ସଂଧ୍ୟା ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ଦିଆଗଲା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଯଦି ନିର୍ଦ୍ଦେଶର ଅବମାନନା ହୁଏ ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

ଏହା ସହ ସୁପ୍ରିମକୋର୍ଟ ପୀଡ଼ିତାଙ୍କ ସମସ୍ତ ଫଟୋ ସୋସିଆଲ୍ ମିଡିଆରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ସିବିଆଇକୁ ତଦନ୍ତ ପାଇଁ ଆଉ ସପ୍ତାହେ ସମୟ ଦେଇ ଅନ୍ୟ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଏହାର ପରବର୍ତ୍ତୀ ଶୁଣାଣି ୧୭ ତାରିଖରେ ହେବ।

ସୂଚନା ମୁତାବକ; କୋଲକତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଆଜି ପର୍ଯ୍ୟନ୍ତ ସର ଦେଶରେ ଆନ୍ଦୋଳନ ଜାରି ରହିଛି । ଯେଉଁଥି ପାଇଁ ରାଜ୍ୟରେ ଅନେକ ଡାକ୍ତରଖାନା ପ୍ରଭାବିତ ହେଉଛି ।

Leave a Reply

Your email address will not be published. Required fields are marked *