ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ପୁଣି କଂଗ୍ରେସକୁ ଫେରିଲେ । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ସୁନୀତା ବିଶ୍ବାଳ ।

୨୦୧୯ରେ ବିଜେଡ଼ି ଟିକେଟରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ଲଢିଥିଲେ ସୁନୀତା । କିନ୍ତୁ ଜୁଏଲ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ । ଏହା ପରେ ଗତକାଲି ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ହଠାତ୍ ଗତକାଲି ସେ ଦଳର ସୁପ୍ରିମୋଙ୍କୁ ନିଜର ଇସ୍ତଫା ପତ୍ର ପଠାଇବା ପରେ ଆଜି କଂଗ୍ରେସରେ ପୁଣି ମିଶିଛନ୍ତି ସନୀତା ।

୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ସୁନୀତା ବିଶ୍ବାଳ । କିନ୍ତୁ ଜୁଏଲ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ଗତକାଲି ହଠାତ୍ ସେ ଦଳର ସୁପ୍ରିମୋଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ ।

ଅନ୍ୟପଟେ ସୁନୀତା ବିଶ୍ବାଳଙ୍କ ଭଉଣୀ ଅମିତା କହିଛନ୍ତି, ମୋ ଭଉଣୀ ନିଜ ଘରକୁ ଫେରିଛନ୍ତି। ଏଥର କଂଗ୍ରେସ ସୁଦୃଢ ହେବ। ବିଜେଡିରେ ସେ ଅଣଦେଖାର ଶିକାର ହୋଇଥିଲେ। ଯାହାକୁ ନେଇ ସେ ବିଜେଡି ଛାଡିଛନ୍ତି।

Leave a Reply

Your email address will not be published. Required fields are marked *