ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଏହି ଦୁଃଖଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । କେ. ବଲାଙ୍ଗ ଥାନା ନିକଟ ୫୨୦ନମ୍ବର ଜାତୀୟ ରାଜପଥରେ ରାଉରକେଲାରୁ କୋଇଡାକୁ ଆସୁଥିବା ଏକ ଘରୋଇ ବସ୍ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ମୃତକମାନେ ହେଲେ କରମପାଲ ସିଂ (ପିତା – ସମର ସିଂ), ଶବର ବଳ (ପିତା – ୰ ବଂଶୀଧର ବଳ), ପୁଷ୍ପା ଗୋପୀ (ସ୍ୱାମୀ – ଲିଲମୋହନ ଗୋପୀ), ସତ୍ୟଭାମା ଠାକୁର (ସ୍ୱାମୀ – ଭୀମ ଠାକୁର) ଏବଂ ମେରୀ ନାଗ (ସ୍ୱାମୀ – ଅଲିଅସ ନାଗ) । Post navigation କାଲିଠାରୁ ହେବ ବାଲିଯାତ୍ରା ପ୍ଲଟ୍ ଆବେଦନ ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା