ବିଜେପିରେ ସାମିଲ ହେଲେ ସୁନନ୍ଦା ଦାସ । ନିକଟରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆଜି ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ସୁନନ୍ଦା । କିଛି ଦିନ ପୂର୍ବରୁ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ୬ ତାରିଖରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ବୋଲି ତାଙ୍କ ସ୍ୱାମି ଦେବେନ୍ଦ୍ର ଦାସ ସୂଚନା ଦେଇଥିଲେ । ଏହା ପରେ ଆଜି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ସୂଚନା ଯୋଗ୍ୟ; ୨୦୧୯ରେ ବିଜେଡି ଟିକେଟରେ ବରୀରୁ ବିଧାୟିକା ହୋଇଥିଲେ ସୁନନ୍ଦା। ତେବେ ୨୦୨୪ରେ ଦଳୀୟ ଟିକେଟରୁ ସେ ବଞ୍ଚିତ ହୋଇଥିଲେ । ଏହା ପରେ ଅକ୍ଟୋବର ୨୯ ତାରିଖରେ ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳୀୟ କାର୍ଯ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଥିଲେ ସୁନନ୍ଦା। ଏହା ପରେ ସେ ଦଳର ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ଦଳରେ ଆଉ ନବୀନ ପଟ୍ଟନାୟକଙ୍କର କିଛି ଭୂମିକା ନାହିଁ ବୋଲି କହିଥିଲେ । ନେତାମାନଙ୍କୁ ଅଣଦେଖା କରାଯିବାରୁ ବିଜେଡି ଏଥର ନିର୍ବାଚନ ହାରିଲା ବୋଲି କହିଛନ୍ତି । Post navigation କେନ୍ଦୁଝର ସରକାରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଅଭିଯୋଗ; ଜୁନିୟର ଛାତ୍ରକୁ ରଡରେ ପିଟିଲେ ସିନିଅର ଆମେରିକା ନିର୍ବାଚନରେ ବାଜି ମାରିଲେ ଡୋନାଲ୍ଡ ଟ୍ରମ୍ପ; ହେବେ ୪୭ତମ ରାଷ୍ଟ୍ରପତି