କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳାରେ, ବିଶ୍ୱର ସର୍ବବୃହତ ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରି ୱାଲ୍ଡ ରେକର୍ଡ଼ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାର, ୧୬,୦୦୦ ସ୍କୋୟାର ଫୁଟ୍ ଅଞ୍ଚଳରେ ପ୍ରସ୍ତୁତ ବାଲୁକା କଳାରେ ପ୍ରାୟ ୫୫୦ କେଜି ଚକୋଲେଟ୍ ଇନ୍ଷ୍ଟାଲ ହୋଇଛି । ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି l ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ସୁଦର୍ଶନ ସାଣ୍ଡ ଆର୍ଟ ଇନ୍ଷ୍ଟିଚ୍ୟୁସନ୍ର ଛାତ୍ରଛାତ୍ରୀ ମାନେ ମିଳିତ ଭାବେ ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି । Post navigation ରାଜନୀତିରେ ଆସିବାକୁ ରଘୁବରଙ୍କ ଇଚ୍ଛା: ବିଜୟ ପାଲ ସିଂ ତୋମାର ବିମ୍ବାଧର କୁଅଁର, କାନନବାଳା, ରାଜାରାମ ଓ ରୁଦ୍ର ନାରାୟଣ ପାଇଲେ ‘ଅଟଳ ସମ୍ମାନ ୨୦୨୪’