ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମହାକାଶରୁ ସୁରକ୍ଷିତ ଭାବେ ଫେରି ଆସିଲେ ଶୁଭ୍ରାଂଶୁ । ଇତିହାସ ରଚିଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ୧୮ ଦିନ ଧରି ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ) ରେ ରହିବା ଏବଂ ଅନେକ ବୈଜ୍ଞାନିକ ପରୀକ୍ଷଣ କରିବା ପରେ, ଗଗନଯାତ ଶୁଭାଂଶୁ ଆକ୍ସିଅମ୍-୪ ମିଶନରେ ତାଙ୍କର ତିନି ଜଣ ସାଥୀ ମହାକାଶଚାରୀଙ୍କ ସହିତ ସଫଳତାର ସହ ଫେରି ଆସିଛନ୍ତି । ଆଜି ଅପରାହ୍ନ ୩ଟାରେ ଭାରତ ପାଇଁ ଏହା ଏକ ଐତିହାସିକ ରେକର୍ଡ ହୋଇଛି । ଶୁଭାଂଶୁଙ୍କ ଝଲକ ଦେଖିଲେ କୋଟି କୋଟି ଭାରତୀୟ ଅପେକ୍ଷାରେ ରହିଥିଲେ । ପୃଥିବୀ ପୃଷ୍ଠକୁ ସୁରକ୍ଷିତ ପହଞ୍ଚିବା ପରେ ହାତ ହଲାଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ଶୁଭାଂଶୁ । ଅନ୍ୟପଟେ ଶୁଭାଂଶୁଙ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ନିଜ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଐତିହାସିକ ମହାକାଶ ଯାତ୍ରାରୁ ଫେରି ଆସିଥିବା ଶୁଭାଂଶୁଙ୍କୁ ସ୍ବାଗତ ଜଣାଉଛି । ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଏପରି ସଫଳତା ପାଇଛନ୍ତି ।ତ୍ୟାଗ ଓ ସାହସ ବିଲିଅନ ଭାରତୀୟଙ୍କ ପ୍ରେରଣା ଦେଇଛନ୍ତି । ଆଗକୁ ହ୍ୟୁମାନ ସ୍ପେଶ୍ ମିଶନ ‘ଗଗନଯାନ’ ପାଇଁ ମାଇଲଷ୍ଟୋନ୍ ହେବ । ସୂଚନା ଯୋଗ୍ୟ; ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ୧୮ ଦିନ ବିତାଇବା ପରେ, ଗତକାଲି ସେଠାରୁ ପୃଥିବୀ ଅଭିମୁଖେ ବାହାରିଥିଲେ ଆକ୍ସିଅମ୍-୪ର ୪ ଜଣ ମହାକାଶଚାରୀ। ପ୍ରାୟ ୧୨୦ କିଲୋମିଟର ଉପରୁ ଘଣ୍ଟାପ୍ରତି ୨୭ ହଜାର କିଲୋମିଟର ବେଗରେ ଖସିଥିଲା। ଅପରାହ୍ନ ୩ଟାରେ କାଲିଫର୍ଣ୍ଣିଆ ତଟବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ତାଙ୍କ ଯାନ ସଫଳତାର ସହ ଅବତରଣ କରିଛି। ସେଠାରେ ପୂର୍ବରୁ ମହଜୁଦ ଥିବା ରେସ୍କ୍ୟୁ ଜାହାଜ ଓ ଉଦ୍ଧାରକାରୀ ଦଳ ୪ ମହାକାଶଚାରୀଙ୍କୁ ଉଦ୍ଧାର କରିବା ପରେ, ସେମାନଙ୍କୁ ନାସା ବେସ୍ କୁ ନିଆଯିବ। ଏହାପରେ ସେମାନଙ୍କୁ ୭ ଦିନ ରିହାବିଲିଟେସନ୍ ପିରିୟଡରେ ରଖାଯିବ। ନାସାରୁ କ୍ଲିଅରାନ୍ସ ପାଇଲେ ଭାରତ ଫେରିବେ ଦେଶର ଦ୍ବିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। Post navigation ୫ ବର୍ଷରୁ ଅଧିକ ବୟସ ପିଲାମାନେ ହେବେ ରାସନ କାର୍ଡରେ ସାମିଲ ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା; ସନ୍ଧ୍ୟା ପରେ ଆସିବ ବଡ଼ ନିଷ୍ପତ୍ତି: ରାଜସ୍ବ ମନ୍ତ୍ରୀ