ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି । ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଆସିବ ସୁଭଦ୍ରା କିସ୍ତି । ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି । ଏଥିରେ ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ ଅଧିକ ମହିଳା । ଏହା ସହ ତାଲିକାରେ ଯୋଡ଼ିହେବେ ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ । ପୁରୀର ତାଳବଣିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳାଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ତେବେ ପୂର୍ବ ଘୋଷଣା ମୁତାବକ DBT ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏ ପଠାଇବେ ସରକାର । ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ । ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ଟଙ୍କା ପାଇବେ । ପୂର୍ବରୁ ୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ଲେଖାଏଁ ପାଇସାରିଥିବା ବେଳେ ଆଜି ଚତୁର୍ଥ କିସ୍ତି ପାଇବେ ରାଜ୍ୟର ୧ କୋଟିରୁ ଅଧିକ ମହିଳା । ସୁଭଦ୍ରା ହିତାଧିକାରୀଙ୍କ ତାଲିକା ବଦଳିବା ଏକ ନିରନ୍ତର ପ୍ରକ୍ରିୟା ।

ଏହା ସହ ଏପ୍ରିଲ ମାସରେ ଯାହାକୁ ୨୧ ବର୍ଷ ହେବ ସେମାନେ ଆବେଦନ କରିବେ । ୬୦ ବର୍ଷ ହେବା ପରେ ତାଙ୍କ ନାଁ ପେନସନ ଆକାଉଣ୍ଟକୁ ଚାଲିଯିବ।

 

 

Leave a Reply

Your email address will not be published. Required fields are marked *